ମହାନଗରମୁଖ୍ୟ ଖବରରାଜ୍ୟ

ରାଉରକେଲା ସୀମାନ୍ତରେ ରେଳ ଧାରଣା ଉଡ଼ାଇଲେ ମାଓବାଦୀ

ରାଉରକେଲା, ୨୨/୧୨ (ଉତ୍କଳ ସମାଚାର): ରାଉରକେଲା ସୀମାନ୍ତରେ ଥିବା ଗୋଇଲକେରା-ପୌସୈତା ଷ୍ଟେସନ୍ ମଧ୍ୟରେ ସିପିଆଇ ମାଓବାଦୀମାନେ ରେଳ ଧାରଣା ଉଡ଼ାଇ ଦେଇଛନ୍ତି । ବିଳମ୍ବିତ ରାତିରେ ନକ୍ସଲ ରେଳ ଧାରଣା ଉଡ଼ାଇ ଦେଇଥିବା ଜଣାପଡ଼ିଛି । ଏହାପରେ ମୁମ୍ବାଇ-ହାୱଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ପ୍ରଥମେ ଶାଲିମା-ର୍କୁର୍ଲା ଏକ୍ସପ୍ରେସକୁ ଗୋଇଲକେରା ଷ୍ଟେସନ୍ ନିକଟରେ ଅଟକାଯାଇଥିଲା । ତାପରେ ବାଟରେ ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି । ଏହାଫଳରେ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେଣେ ଘଟଣାସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଛି । ମାଓ ସଂଗଠନ ଆଜି ଭାରତ ବନ୍ଦ ଡାକରା ଦେବା ପୂର୍ବରୁ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଜଣାଯାଇଛି ।ଏଣେ ସିଆରପିଏଫ୍ ଯବାନ, ପୁଲିସ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଚିଂ ଯାଚଂ କରିଥିଲେ । ତାପରେ ମରାମତି କାମ ଆରମ୍ଭ ହୋଇଥିଲା । ପ୍ରାୟ ସାଢ଼େ ୧୧ ଘଟାଂ ପରେ ସକାଳ ସାଢ଼େ ୯ଟାରେ ଟ୍ରାକ୍ ମରାମତି ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ରହିଛି । ଅଧିକାଂଶ ଟ୍ରେନ୍ ୮ରୁ ୧୧ ଘଟାଂ ବିଳମ୍ବରେ ଚାଲୁଛି ।

Leave a Reply

Your email address will not be published. Required fields are marked *