ମହାନଗରମୁଖ୍ୟ ଖବରରାଜ୍ୟ

ଜିଲ୍ଲାସ୍ତରୀୟ ବାର୍ଷିକ ଦୌଡ଼ କୁଦ ପ୍ରତିଯୋଗିତା

କେନ୍ଦୁଝର,୬/୧୨ (ଉତ୍କଳ ସମାଚାର): ସ୍ଥାନୀୟ ଶଙ୍କରପୁରସ୍ଥ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ରେ ଜିଲ୍ଲା କ୍ରୀଡା ସଂସ୍ଥା କେନ୍ଦୁଝର ର 70ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଏ. କୁଜୁର ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି,ମୁଖ୍ୟ ଅତିଥି କ୍ରୀଡା ଓ କ୍ରୀଡ଼ାବିତ ମାନଙ୍କ ସଫଳତା କାମନା କରିଥିଲେ, ଏହି ତିନିଦିନିଆ କ୍ରୀଡା ଉତ୍ସବ ରେ କ୍ରୀଡା ସଂସ୍ଥା ଉପସଭାପତି ସୁରେଶ ପଟନାୟକ କ୍ରୀଡା ପତାକା ଉତ୍ତୋଳନ କରି ସମ୍ମିଳିତ ମାର୍ଚ୍ଚପାଷ୍ଟ ରେ ଅଭିବାଦନ ଗ୍ରହଣ କରିଥିଲେ, କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ଡ଼ଃ ଜନାର୍ଦନ ଦାଶ ବିବରଣୀ ପ୍ରଦାନ କରିବା ସହିତ ପ୍ରତିଯୋଗିତା ପରିଚାଳନା କରିଥିଲେ, ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ ଅନ୍ୟତମ ଅତିଥିଭାବେ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉଦବୋଧନ ଦେଇ ଉତ୍ସହିତ କରିଥିଲେ, କୋଷାଧ୍ୟକ୍ଷ୍ ରୋଜ କୁମାର ରଣା, ହୃଦାନନ୍ଦ ଦାଶ,ଗିରିଶ ହୋତା, ରାଜକୁମାର ମିଶ୍ର, ଲକ୍ଷ୍ମଣ ମୁର୍ମୁ, ପ୍ରଦୀପ ବାରିକ, ରାଜେନ୍ଦ୍ର ସି, ପ୍ରମୁଖ ଉପସ୍ଥିତ ଥିଲେ, ବାଳକ ବାଳିକା ମହିଳା ପୁରୁଷ ବିଭାଗ ର ବିଭିନ୍ନ ବର୍ଗ ରେ 100,200,400,800,1500,5000,10000ମିଟର ଦୌଡ଼, ଲମ୍ବ ଡିଆଁ ଉଚ୍ଚ ଡିଆଁ, ସଟପୁଟ, ଜାଭଲିନ ଥ୍ରୋ, ଟ୍ରିପଲ ଜମ୍ପ, ଡିସ୍କସ ଥ୍ରୋ, ବାଧା ଦୌଡ଼, ପ୍ରଭୃତି ପ୍ରତିଯୋଗିତା ଆୟୋଜିତ ହୋଇ କୃତି ଙ୍କୁ ମାନପତ୍ର ପ୍ରଦାନ କରାଯିବ,

Leave a Reply

Your email address will not be published. Required fields are marked *