ଅପରାଧମୁଖ୍ୟ ଖବରରାଜ୍ୟ

ପୂର୍ଵଶତ୍ରୁତାକୁ କେନ୍ଦ୍ରକରି ଏସିଡ ମାଡ଼ ଯୋଗୁ ତିନଜଣ ଆହାତ

ଫୁଲବାଣୀ,୨୯/୧୨ (ଉତ୍କଳ ସମାଚାର) ( ରଞ୍ଜିତ କୁମାର ):  ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଶଶୀ ପାନ ଦୋକାନ ଛକରେ ଏସିଡ ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି । ଆହତ ମାନେ ଚନ୍ଦ୍ର ମହାନ୍ତି, ସୁରଜ ମହାନ୍ତି ଓ ରାକେଶ ମିଶ୍ର । ତେବେ ଆକ୍ରମଣକାରୀ ପ୍ରମୋଦ ସାହୁକୁ ସ୍ଥାନୀୟ ଲୋକ କାବୁ କରି ମାଡ଼ ମାରିବାରୁ ସେ ମଧ୍ୟ ଆହତ ହୋଇଛି |ସମସ୍ତ ଆହତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥାନରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଏବଂ  ଫୁଲବାଣୀ ଏସ୍ ଡି ପି ଓ ଶ୍ରୀଯୁକ୍ତ  ସୁପ୍ରସନ୍ନ ମନ୍ନିଙ୍କ  ସୂଚନା ଅନୁସାରେ ଦୁଇ ସାଙ୍ଗ ସୁରଜ ଓ ରାକେଶ ଶଶୀ ଛକରେ ବାଇକ ଉପରେ ବସିଥିବା ସମୟରେ ସେଠିକାର  ପାନ ଦୋକାନି ପ୍ରମୋଦ ନାମକ ଜଣେ ବ୍ୟକ୍ତି  ଏସିଡ ଆଣି ସୁରଜର ମୁହଁକୁ ଫିଙ୍ଗି ଦେଇଥିଲା ଏବଂ ସେଥୁରୁ କିଛି ଏସିଡ ରାକେଶ ଉପରେ ମଧ୍ୟ ପଡ଼ିଥିଲା । ସୁରଜର ବାପା ଚନ୍ଦ୍ର ମହାନ୍ତି ଏହି ଖବର ଶୁଣି ସେଠାକୁ ଆସିବାରୁ ପ୍ରମୋଦ ତାଙ୍କ ଉପରକୁ ମଧ୍ଯ ଏସିଡ ଫିଙ୍ଗିଥିଲା ।ଏହି ସମୟରେ ସ୍ଥାନୀୟ ଲୋକେ ପ୍ରମୋଦକୁ କାବୁ କରିବା ସହ ନିର୍ଧୂମ ଛେଚିଥିଲେ  । ପୋଲିସ ପ୍ରମଦ ସାହୁ କୁ  ଗିରଫ କରିଛି | ଲୋକଙ୍କ  ମାଡ଼ରେ ଆହତ ହୋଇଥିବା ପ୍ରମଦ ସାହୁଙ୍କୁ ଚିକିତ୍ସା କରିବା ସହିତ କୋଟ ଫରୱାଡ କରିଛନ୍ତି ।  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ ଆକ୍ରମଣ ହୋଇଥ‌ିବା ଏସ୍ ଡି ପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି ।

Leave a Reply

Your email address will not be published. Required fields are marked *