ମହାନଗରମୁଖ୍ୟ ଖବରରାଜ୍ୟ

ମାନବିକତା ପରିବାର ତରଫରୁ “ଜୀବନ ଧାରା” ରକ୍ତଦାନ ଶିବିର

ରାଉରକେଲା,୩୧/୧୨ (ଉତ୍କଳ ସମାଚାର): ମାନବିକତା ପରିବାର ତରଫରୁ ପ୍ରତେକ ଶନିବାର ବିଭିନ୍ନ ଅଞ୍ଚଳ ରେ ରକ୍ତଦାନ ଶିବିର ଅନୁଷ୍ଠାନିକ ଭାବରେ କରାଯାଇଥାଏ । ଆଜି ଭ୍ରାମ୍ୟମାଣ ଯାନ କୌଣସି କାରଣରୁ ଅନୁପସ୍ଥିତ ଥିବାରୁ ପଞ୍ଚମ ପର୍ଯ୍ୟାୟ “ଜୀବନ ଧାରା ” ରକ୍ତଦାନ ଶିବିର ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ଅନୁଷ୍ଠିତ ହୋଇଯାଇଛି | ଯୁବନେତା ଜିତେନ୍ ମାଛଖଣ୍ଡ ଙ୍କ ତତ୍ୱାବଧାନ ରେ ଏହି ଶିବିର କୁ ମାନବିକତା ର ଅଧକ୍ଷ ତଥା ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ର ସମାଜସେବୀ ପ୍ରଶାନ୍ତ ସେଠୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହି ରକ୍ତଦାନ ଶିବିର ରେ ଯୁବକ ମାନେ ସ୍ବେଛାକୃତ ଭାବେ ଆସି ନିଜର ଆଗ୍ରହ ଦେଖାଇ ରକ୍ତଦାନ କରିଥିଲେ | ଏହି “ଜୀବନ ଧାରା ” ରକ୍ତଦାନ ଶିବିର ରେ ମାସର ପ୍ରତେକ ଶନିବାର ଦିନ ରକ୍ତ ସଂଗ୍ରହ କରି ମାସକୁ ଅତିକମରେ ୧୦୦ ୟୁନିଟ ରକ୍ତ ରାଉରକେଲା ସରକାରୀ ଡାକ୍ତରଖାନା କୁ ପ୍ରଦାନ କରାଯିବ ବୋଲି ମାନବିକତା ପରିବାର ଆଜି ମଧ୍ୟ ସଂକଳ୍ପ ବଦ୍ଧ | ଆଜି କାର୍ଯ୍ୟକ୍ରମ ରେ ୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି | ଏହା ଦ୍ୱାରା ସହର ଏବଂ ସହର ବାହାରୁ ଆସୁଥିବା ରୋଗୀ ଙ୍କ ର ରକ୍ତ ଆବଶ୍ୟକତା ପୂରଣ କରିବାରେ ରେ କିଛି ମାତ୍ରା ରେ ସହାୟକ ହେବ ବୋଲି ଆମର ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *