ମହାନଗରମୁଖ୍ୟ ଖବରରାଜ୍ୟ

ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା କାର୍ଯ୍ୟକ୍ରମ 

ରାଉରକେଲା,୨/୧ (ଉତ୍କଳ ସମାଚାର): ସହରର ପୁରାତନ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ନବବର୍ଷ ଦିନ ଭଳି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଘନଶ୍ୟାମ ଧଳଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସଂପାଦକ ଅଶୋକ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ଶତାଧିକ ସାହିତ୍ୟିକ କବି ଯୋଗ ଦେଇ ନିଜ ମନପସନ୍ଦର କବିଙ୍କ କବିତା ପାଠ କରିଥିଲେ। ସଭାପତି ଶ୍ରୀ ସ୍ବାଇଁ ସ୍ବାଗତ ଅଭିଭାଷଣ ସହ ସଂଘର ସାହିତ୍ୟ ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ଧଳ କାର୍ଯ୍ୟକ୍ରମର ରୂପରେଖ ସହ କବି ମାନଙ୍କ ଉପସ୍ଥିତି ଯୋଗୁଁ ସାଧୁବାଦ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବି ତ୍ରିନାଥ ସିଂ ଙ୍କ ସଭାପତିତ୍ବ ଓ ତ୍ରିଲୋଚନ ସ୍ବାଇଁ ଓ ରଶ୍ମି ସାହୁଙ୍କ ସଂଯୋଜନାରେ ଡ଼ଃ କୃପାସିନ୍ଧୁ ନାୟକ,ଭାରତ ଭୂଷଣ ମହାନ୍ତି, ବ୍ରଜ ଦାଶ, କୁଞ୍ଜବିହାରୀ ରାଉତ, କାଶୀନାଥ ନନ୍ଦୀ, ଆଲୋକ ବୋଷ, ଅଶୋକ ପଟ୍ଟନାୟକ, ସ୍ମିତା ମିଶ୍ର, ସସ୍ମିତା ପ୍ରଧାନ, କନକଲତା ମିଶ୍ର, ପୁଷ୍ପା ପଟେଲ,ଡଲିରାଣୀ ବ୍ରହ୍ମା, ଗୈାତମ ଦାସ,ଲିସିକା ବାଗ୍, ତାରିଣୀ ଚରଣ ସାହୁ,ଶ୍ରେୟଶ୍ରୀ ସାହୁ,ଶ୍ରୀଧର ସୁନା, ତ୍ରିନାଥ ସିଂ, ପୂର୍ଣ୍ଣଚନ୍ଦ୍ର ଜେନା, ଉପେନ୍ଦ୍ର ବସ୍ତିଆ, ଏମ୍ ସ୍ବୟଂଶ୍ରୀ, ବ୍ରହ୍ମାନନ୍ଦ ପାଢ଼ୀ, ଗଜେନ୍ଦ୍ର ଚାରୋଡିଆ, ସଞ୍ଜୀବ କୁମାର ଭୋଇ, ଗୀତାରାଣୀ ବେହେରା, ଗଙ୍ଗାଧର ତ୍ରିପାଠୀ, ସୁଶାନ୍ତ ନାୟକ, ମୀନକେତନ ପଶାୟତ, ବଳରାମ ରାଉଳ,ବିନତା ମହନ୍ତ, ସତ୍ୟ ଦାସ, ସରସ୍ଵତୀ ମୋଦକ, ବସନ୍ତ ବିଶ୍ଵକର୍ମା, କରୁଣାକର ପାଟ୍ଟଶାଣୀ ରାଜୀବ ପାଣି ତଥା ସଂଯୋଜକ ଦ୍ବୟ ତ୍ରିଲୋଚନ ସ୍ବାଇଁ, ରଶ୍ମି ସାହୁ ପ୍ରମୁଖ ନିଜ ପସନ୍ଦ କବିଙ୍କ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସଂଘର ସର୍ବଶ୍ରୀ ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ଇନ୍ଦ୍ରମଣି ମହାପାତ୍ର,ବିପିନ ବିହାରୀ ପଟ୍ଟନାୟକ, ପ୍ରସନ୍ନ ମହାନ୍ତି, ରତି ମିଶ୍ର, ବରୁଣ ନାହାକ, ପରିକ୍ଷିତ ଗୁରୁ, ଅର୍ଜୁନ ଭୂୟାଁ, ଦେବେନ୍ଦ୍ର ଆଚାର୍ଯ୍ୟ, ଧରଣୀଧର ସାମଲ, ଅବନୀ ମହାନ୍ତି, ନାରାୟଣ ଚନ୍ଦ୍ର ମହନ୍ତ ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *