ମହାନଗରମୁଖ୍ୟ ଖବରରାଜ୍ୟ

କେନ୍ଦୁଝରର ପ୍ରତିଭା ଚିରଶ୍ରି ସାଗରିକା ସମ୍ବର୍ଦ୍ଧିତ

କେନ୍ଦୁଝର ,୩/୧ (ଉତ୍କଳ ସମାଚାର): ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଚିରଶ୍ରୀ ସାଗରିକାଙ୍କୁ କାସାନ୍ଦ୍ରା ଭବନ ଠାରେ ସମ୍ବର୍ଦ୍ଧିତ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ପ୍ରଗତିଶିଳ ନାଗରିକ ମଞ୍ଚ, କାସାନ୍ଦ୍ରା କଲଚରାଲ ସେଣ୍ଟର , କେନ୍ଦୁଝର ଯୁବ ପରିଷଦ ଆଦି ସଂଗଠନ ପକ୍ଷରୁ ଚିରସ୍ରି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ନିକଟରେ ଭୁବନେଶ୍ୱର ଠାରେ ଆୟୋଜିତ କିଟ୍ ନନ୍ନହି ପରୀ ପ୍ରତିଯୋଗିତାରେ ଚୀରଶ୍ରି ଲିଟିଲ୍ ମିସ୍ ଇଣ୍ଡିଆ ପ୍ରଥମ ରନରସପ୍ ଟାଇଟଲ ଜିତି ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ଏହା ବ୍ୟତୀତ ସେ ପୂର୍ବରୁ ଡ୍ୟାନସ ଓଡ଼ିଶା ଡ୍ୟାନସ, ଡ୍ୟାନସ ଇଣ୍ଡିଆ ଡ୍ୟାନସ ଏବଂ ବିଭିନ୍ନ ଜାତୀୟ ଟେଲିଭିଜନରେ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସିତ ହୋଇସାରିଛନ୍ତି। କେନ୍ଦୁଝର ରବୀନ୍ଦ୍ର ବିଦ୍ୟା ନିକେତନର ଛାତ୍ରୀ ଚିରଶ୍ରି ସାଗରିକା ନିଜର ସଫଳତା ପାଇଁ ବାପା ମା ଓ ତାଙ୍କ ନୃତ୍ୟ ଗୁରୁଙ୍କୁ ଶ୍ରେୟ ଦେଇଛନ୍ତି। ଏହି ମାସ କଲର୍ଷ ଟିଭି ଏକ ଶୋରେ ମାଧୁରୀ ଦୀକ୍ଷିତଙ୍କ ସହ ନୃତ୍ୟ ରେକଡିଂ ପାଇଁ ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ବର୍ଦ୍ଧନା ସଭାରେ କାଶାନ୍ଦ୍ରା ସଭାପତି ହରିହର ସାହୁ, ସାମ୍ବାଦିକ ସତ୍ୟ ନାରାୟଣ ମିଶ୍ର, ସାଂସ୍କୃତିକ ସମ୍ପାଦକ ରବୀନ୍ଦ୍ର ସେଠୀ ଓ ସମ୍ପାଦକ ମଳୟ ମହାପାତ୍ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *