ରାଉରକେଲା,୩୦/୧୨(ଉତ୍କଳ ସମାଚାର): ସୋମବାର ଦିନ ରାଉରକେଲା ପୋଲିସ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ଆନ୍ତରାଜ୍ୟ ଅସ୍ତ୍ର ରାକେଟକୁ ଧରିବାରେ ସଫଳ ହୋଇଛି । ନାଗାଲାଣ୍ଡରୁ ଅବୈଧ ଭାବେ ଅସ୍ତ୍ର ଲାଇସେନ୍ସ ସଂଗ୍ରହ କରିବା ସହ ଏହାକୁ ସମଗ୍ର ଭାରତ ପାଇଁ ବୈଧ ଦେଖାଇବା ଓ ଜାଲି ଦଲିଲପତ୍ର ପ୍ରସ୍ତୁତିରେ ଜଡିତ ୩ ଅପରାଧିଙ୍କୁ ଧରିବା ସହିତ ତିନୋଟି ପିସ୍ତଲ, ୩୫ଟି ଗୁଳି ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି ରାଉରକେଲା ପୋଲିସ୍ । ପୋଲିସର ସୂଚନା ଅନୁସାରେ, ସହରରେ ଅସ୍ତ୍ରଶସ୍ତ୍ର କାରବାର ବଢୁଥିବାକୁ ପୋଲିସ୍ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ, ଗୁପ୍ତ ସୂଚନା ଆଧାରରେ ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାର କରାଯାଇଥିଲା । ଏହି ଚଢ଼ାଉ ସମୟରେ ଅନ୍ୟ ରାଜ୍ୟରୁ ଜାଲି ଦଲିଲପତ୍ର ତିଆରି କରି ଅବୈଧ ଅସ୍ତ୍ର ଲାଇସେନ୍ସ ସଂଗ୍ରହ କରୁଥିବା ଏକ ରାକେଟକୁ ଧରିବାରେ ସଫଳ ହୋଇଥିଲା ରାଉରକେଲା ପୋଲିସ୍ । ଅଭିଯୁକ୍ତମାନେ ଲୋକମାନଙ୍କୁ ଲୋଭ ଦେଖାଇ ସମଗ୍ର ଭାରତ ପାଇଁ ବୈଧ (ଇକ୍ଷକ୍ଷ ଓଦ୍ଭୟସବ ଠବକ୍ଷସୟ) ଅସ୍ତ୍ର ଲାଇସେନ୍ସ ସହ ଅସ୍ତ୍ର ଯୋଗାଇଦେବା ପାଇଁ ପ୍ରତ୍ୟେକ ଲାଇସେନ୍ସ ପିଛା ୫ଲକ୍ଷରୁ ୧୦ ଲକ୍ଷ ଟଙ୍କା ନେଉଥିଲେ । ପ୍ରାରମ୍ଭିକ ତଦନ୍ତରୁ ପ୍ରକାଶ ଯେ, ଏହି ରାକେଟ୍ ରାଉରକେଲା, କୋଲକାତା, ଏବଂ ନାଗାଲ୍ୟାଣ୍ଡ ମଧ୍ୟରେ ସଂଯୋଗ ରଖି କାର୍ଯ୍ୟକରୁଥିଲା । ଏପର୍ଯ୍ୟନ୍ତ ଏହି ଅସ୍ତ୍ର ରାକେଟ କିଛି ଅବୈଧ ଅସ୍ତ୍ର ଲାଇସେନ୍ସ ସଂଗ୍ରହ କରି ରାଉରକେଲାର କିଛି ବ୍ୟକ୍ତିଙ୍କୁ ବିକ୍ରୟ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ୍ ପକ୍ଷରୁ ଏହି ମାମଲାର ତଦନ୍ତ ବର୍ତ୍ତମାନ ଜାରି ରହିଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ଯରେ ରାଉରକେଲା ବାସନ୍ତୀ କଲୋନୀ ଡିଏଲ୍-୩୦୪ର ରଚନ କୁମାର ଶା (୫୮ ବର୍ଷ) (ଏହି ଅବୈଧ ଚକ୍ରର ମୁଖ୍ୟ ଚାଳକ ବା କସଦ୍ଭଶ-ଚସଦ୍ଭ), ଦ୍ୱିତୀୟ ଅପରାଧି ଜଣକ ହେଲା ରାଉରକେଲା ସିଭିଲ୍ ଟାଉନସିପ୍ ଓ/୧୪ର ରମନଦୀପ ସିଂହ (୩୬ ବର୍ଷ), (ନାଗାଲ୍ୟାଶରୁ ପ୍ରାପ୍ତ ଅସ୍ତ୍ର ଓ ଅସ୍ତ୍ର ଲାଇସେନ୍ସ ଧାରଣ କରିଥିବା ବ୍ଯକ୍ତି) ଏବଂ ତୃତୀୟ ଅପରାଧି ଜଣକ ହେଲା ରାଉରକେଲା ସିଭିଲ୍ ଟାଉନସିପ କ୍ୱାର୍ଟର ନଂ ଓ/୧୪ର ମନଦୀପ ସିଂହ (ନାଗାଲ୍ୟାଣ୍ଡରୁ ପ୍ରାପ୍ତ ଅସ୍ତ୍ର ଓ ଅସ୍ତ୍ର ଲାଇସେନ୍ସ ଧାରଣ କରିଥିବା ଅପରାଧି) । ଅଭିଯୁକ୍ତ ରଚନ କୁମାର ଶାଙ୍କ ନିକଟରୁ ଗୋଟିଏ ୩୨ ଏନ୍ ପି ଚୋରା ପିସ୍ତଲ, ୨୫ ରାଉଣ୍ଡ ଜୀବନ୍ତ ଗୁଳି (ଖସଙ୍ଖର ଇଜ୍ଞଜ୍ଞଙ୍କଦ୍ଭସଗ୍ଧସକ୍ଟଦ୍ଭଗ୍ଦ), ରତନ କୁମାର ଶାଙ୍କ ମୋବାଇଲ୍ ଫୋନ୍ (ଯେଉଁଥିରେ ଡିଜିଟାଲ୍ ପ୍ରମାଣ ଓ ଦଲିଲପତ୍ର ରହିଛି), ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଜାରି ଅସ୍ତ୍ର ଲାଇସେନ୍ସ ଏବଂ ନାଗାଲ୍ୟାଣ୍ଡରୁ ଜାରି କରାଯାଇଥିବା ଅସ୍ତ୍ର ଲାଇସେନ୍ସ ଗୁଡ଼ିକ ଜବତ କରାଯାଇଛି । ସେହିପରି ଅଭିଯୁକ୍ତ ରାମନଦୀପ ସିଂହଙ୍କ ନିକଟରୁ ଗୋଟିଏ ଏନପି ଏଫଜି ୨୫୦୭୪ (ଘଚ ୠଏ ୨୫୦୭୪) ରିଭଲଭର, ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯିବା ସହିତ ଅଭିଯୁକ୍ତ ମନଦୀପ ସିଂହଙ୍କ ନିକଟରୁ ଗୋଟିଏ ଏନପି ଏଫ୍ ଜି ୨୫୦୭୪ (ଘଚ ୠଏ ୨୫୦୭୪ ୩୨ ମାର୍କ କ-ଓଓଓ) ରିଭଲଭର, ୫ ରାଉଣ୍ଡ ସଳିବ ଗୁଳି ଏବଂ ନାଗାଲାଣ୍ଡରୁ ଜାରି ଅସ୍ତ୍ର ଲାଇସେନ୍ସ ଜବତ କରାଯାଇଛି । ଆଜି ଏ ବିଷୟରେ ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ।

