ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ୭୯ତମ ଜନ୍ମଜୟନ୍ତୀକୁ ନେଇ ରକ୍ତଦାନ ଶିବିର
ରାଉରକେଲା,୧୬/୧୦(ଉତ୍କଳ ସମାଚାର): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୭୯ତମ ଜନ୍ମଜୟନ୍ତୀକୁ ନେଇ ଏକ ରକ୍ତଦାନ ଶିବିରର ଆୟୋଜନ ଆରଜିଏଚର ବ୍ଲଡ଼ ବ୍ୟାଙ୍କରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏଥିରେ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ବ୍ଲଡ଼ବ୍ୟାଙ୍କ ଡ଼ାକ୍ତର, କର୍ମୀମାନଙ୍କ ସକ୍ରିୟ ଯୋଗଦାନ ଥିଲା । ଏଥିରେ ବିଜେଡ଼ିର ନଗର ସଭାପତି ଗଗନ ପଣ୍ଡା, ପ୍ରବକ୍ତା ଜୟନ୍ତ କୁମାର ମିଶ୍ର, ସୁଶନ୍ତ ରାଉତ, ଆସିଷ ମହାନ୍ତି, ବ୍ରିଜେଶ ମେହତୋ,ଛବିରାଣୀ ମହାନ୍ତି, ବିଭୂତି ଭୂଷଣ ପୁହାଣ, ଡ଼ି ଅଭିକ କୁମାର, ମୀନତି ବିଶ୍ୱାଳ, ପିଙ୍କୁ ଜେଶୱାଲ ଏ. ମହାନ୍ତି ସମେତ ବିଜେଡ଼ିର ବହୁ ନେତା ଓ ସଭ୍ୟ ଯୋଗ ଦେଇଥିଲେ ।
