ପର୍ଶୁରାମ ମନ୍ଦିରରେ ଶ୍ରାବଣୀ ତଥା ଜନେଉ ପୂଜା
ରାଉରକେଲା //28//08//2026 //ଉତ୍କଳସମାଚାର //:ସହରର ହନୁମାନ ବାଟିକା ପରିସର ସ୍ଥିତ ଭଗବାନ ପର୍ଶୁରାମ ମନ୍ଦିରରେ ବ୍ରାହ୍ମଣ କଲ୍ୟାଣ ସଭା ଦ୍ଵାରା ଜନେଉ ପୂଜା ଆୟୋଜନ କରାଯାଇଥିଲା। ଏହି ଅବସରରେ ମନ୍ଦିରର ପୁରୋହିତ ରୀତିନୀତି ଅନୁସାରେ ପୂଜା ଏବଂ ହୋମଯଜ୍ଞ କରିଥିଲେ। ବ୍ରାହ୍ମଣ ସମାଜର ଲୋକମାନେ ଏହି ପୂଜାରେ ଅଂଶଗ୍ରହଣ କରିଥିଲେ। ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପୂଜା କରାଯାଇଥିଲା। ଏହି ଅବସରରେ ପ୍ରଭୁ ପର୍ଶୁରାମଙ୍କ ଆରତୀ କରାଯାଇଥିଲା। ବ୍ରାହ୍ମଣ କଲ୍ୟାଣ ସଭାର ପୂର୍ବତନ ସଭାପତି ମନୋହର ଲାଲ ମହର୍ଷି ଭନବରଲାଲ ଛୋଟିଆ, ମୁରାରି ଲାଲ ଚୌମଲ ଶ୍ରବଣ ପାରିକ, ଉପାଧ୍ୟକ୍ଷ ଦିଲୀପ ଶର୍ମା ଟିଙ୍କୁ ଚୌମଲ, ନଗର ସମ୍ପାଦକ ମହେଶ ଶର୍ମା, ପୂର୍ବତନ କୋଷାଧ୍ୟକ୍ଷ ମୁକେଶ ମହର୍ଷି ପ୍ରମୋଦ ଶର୍ମା ଏଥିରେ ଯୋଗଦେଇଥିଲେ। ଏହା ପରେ ପଣ୍ଡିତଙ୍କ ଦ୍ୱାରା ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ପ୍ରତିବର୍ଷ ସମାଜ ଦ୍ୱାରା ମନ୍ଦିର ପରିସରରେ ଏହି ପୂଜା କରାଯାଏ। ଆଜି ରକ୍ଷାବନ୍ଧନ ପୂର୍ଣ୍ଣିମା ଅବସରରେ ହନୁମାନ ଭାଟିକା ପରିସରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

