ମହାନଗରମୁଖ୍ୟ ଖବରରାଜ୍ୟ

ଜିଲ୍ଲାସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ,ଜନ ଆରୋଗ୍ୟ ସମିତି,ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

କେନ୍ଦୁଝର ,୫/୧ (ଉତ୍କଳ ସମାଚାର):-ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ,ଜନ ଆରୋଗ୍ୟ ସମିତି,ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିବାପରେ ଗୋଷ୍ଠୀ କାର୍ଯ୍ୟକ୍ରମ ଅଧିକାରୀ ପ୍ରସନ୍ନ ଦେବତା ପ୍ରାରମ୍ଭିକ ବିବରଣୀ ପ୍ରଦାନ କରିଥିଲେ, ଡିପିଏମଜାତୀୟ ସ୍ୱାସ୍ଥ୍ୟ ମିଶନ ନିତ୍ୟାନନ୍ଦ ବରାଳ ଆଶା ସମ୍ମିଳନୀ ର ଅଭିଜ୍ଞତା ବର୍ଣନା କରିଥିଲେ, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ କୁଷ୍ଠ ନିରାକରଣ ଡାକ୍ତର ଶ୍ରୁତିଗୀତି ମହାନ୍ତି, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଯକ୍ଷ୍ମା ଡାକ୍ତର ନୀଳିମା ମହାନ୍ତି, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ପରିବାର ନିୟୋଜନ ଡାକ୍ତର ପ୍ରଣତି ନାୟକ, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଭିବିଡି ଡାକ୍ତର ଦେବେନ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, ଆନନ୍ଦପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ୱର ସେଠି ସମ୍ମିଳନୀ ରେ ଉଦବୋଧନ ଦେଇଥିଲେ, ଏ ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ପତ୍ରିକା ସେବାରଆନନ୍ଦ ଉନ୍ମୋଚିତ ହୋଇଥିଲା, ଜିଲ୍ଲାର ଦଶ ଜଣ ଶ୍ରେଷ୍ଠ ଆଶା କର୍ମୀ, ତେର ଟି ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି, ନଅ ଟି ଶ୍ରେଷ୍ଠ ମହିଳା ଆରୋଗ୍ୟ ସମିତି, ତିନୋଟି ଶ୍ରେଷ୍ଠ ହେଲଥ ୱାର୍କର ଦଳ, ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ସମସ୍ତ ଗ୍ରୁପ ର ସଦସ୍ୟ ମାନେ କର୍ମକ୍ଷେତ୍ର ରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ର ବିବରଣୀ ବ୍ୟାଖ୍ୟା କରିଥିଲେ, ଆଶା କର୍ମୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା,

Leave a Reply

Your email address will not be published. Required fields are marked *