ମନୋରଞ୍ଜନମହାନଗରମୁଖ୍ୟ ଖବରରାଜ୍ୟ

କୋଇଡା ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ…

କୋଇଡା//06/01/2024 //(ନଗେଶ ଚନ୍ଦ୍ର ପାଢ଼ୀ)// (ଉତ୍କଳ ସମାଚାର)//: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ହେଉଛି ଆଦିବାସୀ ଅଧୁଷିତ ଅଞ୍ଚଳ । ଅଞ୍ଚଳବାସୀ ଙ୍କ ସ୍ୱାସ୍ଥ୍ୟ କୁ ଆଖି ଆଗରେ ରଖି କୋଇଡା ଖଣି ଅଞ୍ଚଳ ଡେଙ୍ଗୁଳା ଗ୍ରାମପଞ୍ଚାୟତ ରାଇକଳା ଠାରେ ଥିବା ମେସେର୍ସ ଗୀତାରାଣୀ ମହାନ୍ତି ଖଣି ପକ୍ଷରୁ ସ୍ଥାନୀୟ ଗୀତାରାଣୀ ହଟିଙ୍ଗ ୟୁ ପି ସ୍କୁଲରେ ଚଳିତ ବର୍ଷର ପ୍ରଥମ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ମାଗଣା ସ୍ବାସ୍ଥ୍ୟ ଶିବିରରେ ଆଖ ପାଖ ଗ୍ରାମରୁ ଖଣି ପ୍ରଭାବିତ ଲୋକେ ଏବଂ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ସମସ୍ତ କର୍ମକତ୍ତା ଉପସ୍ଥିତ ରହି ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସିତ ହେବା ସହିତ ମାଗଣା ଔଷଧ ବଣ୍ଟନ ଦିଆଯାଇଥିଲା । ବିଭିନ୍ନ ବିଭାଗର ୧୨ ଜଣ ଅଭିଜ୍ଞ ଡାକ୍ତର ଏହି ମାଗଣା ସ୍ବାସ୍ଥ୍ୟ ଶିବିର ସେବା ମେଳାରେ ଯୋଗ ଦେଇ ଖଣି ପ୍ରଭାବିତ ୮୫୦ରୁ ଅଧିକ ରୋଗୀଙ୍କୁ ଚିକିତ୍ସା କରିଥିଲେ। ଖଣିର ସିଇଓ ସୁନିତ ପଟେଲ, ଖଣି ମହା ପ୍ରବନ୍ଧକ ବି. ବି. ସାହୁ , ଖଣି ପରିଚାଳକ ପ୍ରମୋଦ କୁମାର ସାହୁ, ତ୍ରିନାଥ ମହାପାତ୍ର, ସୁଶୀଲ ପ୍ରଧାନ, ବଂଶୀଧର ପରିଡ଼ା, ମନୋଜ ଶତପଥୀ ମାନସ ଦାସଙ୍କ ସମେତ ଖଣିର ସମସ୍ତ କର୍ମଚାରୀ ଏହି ମାଗଣା ସ୍ବାସ୍ଥ୍ୟ ଶିବିର ସେବା ମେଳାରେ ସାମିଲ ହୋଇ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *