Uncategorized

ରାଜଗାଙ୍ଗପୁରନିର୍ବାଚନ ମଣ୍ଡଳୀ କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲି ଗ୍ରାମପଞ୍ଚାୟତରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ

ରାଜଗାଙ୍ଗପୁର,୪/୫ (ଉତ୍କଳ ସମାଚାର): ନିର୍ବାଚନ ମଣ୍ଡଳୀ କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲି ଗ୍ରାମପଞ୍ଚାୟତର ବୁଡାକଟା ଗ୍ରାମରେ ଆଜି ବିଜେଡି ର ନିର୍ବାଚନୀ ପ୍ରଚାର ସମୟରେ ସମୟ ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଏଥିରେ ବୁଡାକଟା ଓ ଗଙ୍ଗାଜଳ ଗ୍ରାମରୁ sah୧୫୦ରୁ ଉଦ୍ଧ କଂଗ୍ରେସ କର୍ମୀ ଯୁବକ ଯୁବତୀ ବୟଷ୍କ ମହିଳା ବିଜେଡି ରେ ସାମିଲ ହୋଇଥିବା ଦେଖ‌ିବାକୁ ମିଳିଛି ଗତ ୩୦ ବର୍ଷ ହେବ କଂଗ୍ରେସ ଦଳରେ ରହି କାମ କରୁଥିବା ଜଣେ କର୍ମୀ ବଳବନ୍ତ ସାହୁଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବରେ ଗଙ୍ଗାଧର ସାହୁ, ଦିବାକର ସାହୁ,ସୁଭ ସିଘୀ, କୁନ୍ଦନ ସାହୁ, ଗଣେଷ ସାହୁ, ତୁଲ ବାରବିଆ,ଗୋକୁଳାନନ୍ଦ ସାହୁ, ବଷ୍ଟମ ସାହୁ, ଲକ୍ଷ୍ମୀ ସାହୁ, ରହି ବାରବିଆ, କାମିଲ ନାଗ,ରିତୁ ରାଏ ପ୍ରମୁଖ ଙ୍କ ସମେତ ଶତାଧୂକ କଂଗ୍ରେସ କର୍ମୀବିଜେଡିରେ ସାମିଲ ହୋଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟ ଯୋଜନାରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍‌ଯ ଉପ ସଭାପତି ମଙ୍ଗଳା କିଷାନ, ବିଜେଡି ବିଧାୟକ ପ୍ରାର୍ଥୀ ଅନଲ ବରୁଆ,କିସାନ)ବ୍ଲକ ସଭାପତି ଅର୍ଜୁନ ଜୟପୁରିଆ,ଜିଲ୍ଲା ପରିଷଦ ସଭ୍ଯ ଗଙ୍ଗାରାମ ମିଞ୍ଜ, ଜିତୁ ଦାସ,ଦୀପକ ବିଶ୍ୱାସ, ବୀରେନ୍ଦ୍ର ନାଥ ରଥ,ଅମରେଶ ପଣ୍ଡା, ପ୍ରଶନ୍ନ ବାଗ, ଆଲେକଜାଣ୍ଡାର ଡୁଙ୍ଗଡୁଙ୍ଗ, ପିତାମ୍ବର ନାଏକ, ଭୋଜରାଜ ଦାନୀ,ଫକିର ବରିହା,ଦେବାନନ୍ଦ ଲାକଡା ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ।

Leave a Reply

Your email address will not be published. Required fields are marked *