Uncategorized

ରାଜଗାଙ୍ଗପୁର ବିଧାନସଭା ପାଇଁ ୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ

ରାଜଗାଙ୍ଗପୁର, ୪/୫ (ଉତ୍କଳ ସମାଚାର): ବିଧାନସଭା ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲ୍ଲା ର ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଧାନସଭା କ୍ଷେତ୍ର ରେ  ନାମଙ୍କନ ଶେଷ ତାରିଖରେ ୭ ଜଣ ବିଧାୟକ ପ୍ରାର୍ଥୀ ପାଇଁ ନାମଙ୍କନ ପତ୍ର ଦାଖଲ କରିଥିବା ଜଣା ଯାଇଛି l ବିଜୁ ଜନତା ଦଳ ରୁ ଅନୀଲ କୁମାର ବରୁୱା କିଷାନ, ଜାତୀୟ କଂଗ୍ରେସ ଦଳ ରୁ ଡାକ୍ତର ସି ଏସ ରାଜନ ଏକ୍କା,ଭାରତୀୟ ଜନତା ଦଳ ପକ୍ଷରୁ ନରସିଂହ ମିଞ, ଏସ ସି ୟୁ ଆଇ ଦଳରୁ ଲେଓନି ତୀର୍କୀ,ନେସନଲ ଆପନୀ ଦଳ ରୁ ରେଶନ ଏକ୍କା ନିର୍ଦଳୀୟ ଭାବେ ପୂର୍ବତନ କଂଗ୍ରେସ ବିଧାୟକ ଗ୍ରୋଗରୀ ମିଞ୍ଜ ଏବଂ ଅନୁଗ୍ରହ ମିଞ୍ଜ ନାମାଙ୍କନ ସୁନ୍ଦରଗଡ଼ ଜିଲ୍ଲା ଉପ ଜିଲ୍ଲା ପାଳ ଙ୍କ ପାଖରେ ଦାଖଲ କରିଥିବା ଜଣା ଯାଇଛି l ଆଜି ନାମାଙ୍କନ ଯାଞ୍ଚ ପରେ 6/5/24ନାମାଙ୍କନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେଲେ ଚୂଡାନ୍ତ ତାଲିକା ପ୍ରକାଶିତ ହେବ ବୋଲି ଜଣା ଯାଇଛି l ସୁନ୍ଦରଗଡ଼ ଲୋକସଭା ପାଇ୧୦ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜଣା ପଡିଛି l 

Leave a Reply

Your email address will not be published. Required fields are marked *