Uncategorized

ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କ ସପକ୍ଷରେ ପଦଯାତ୍ରାରେ ପ୍ରଚାର କଲେ ରାଉଲକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ 

ରାଉଲକେଲା,୪/୫ (ଉତ୍କଳ ସମାଚାର): ଆଜି ଭାରତୀୟ ଜନତା ପାର୍ଟି, ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଇସ୍ପାତ ନଗରୀର ଗୋଲଘର ଠାରୁ ଏକ ବିଶାଳ ପଦଯାତ୍ରା ଆୟୋଜିତ ହୋଇ ଥିଲା । ଏହି ପଦଯାତ୍ରାରେ ରଘୁନାଥପଲ୍ଲୀ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ ସେକ୍ଟର ୫ ସ୍ଥିତ ଗୋଲଘର୍ ଏବଂ ଏହାର ଚତୃପାସରେ ଥିବା ବସ୍ତି ଗୁଡିକରେ ପଡ ଯାତ୍ରା କରିବା ସହିତ ହାତଯୋଡି ଜନତାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ପଦ ଯାତ୍ରାରେ ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ସାମିଲ ହୋଇ ଦୁର୍ଗା ତନ୍ତୀଙ୍କ ସପକ୍ଷ ରେ ପ୍ରଚାର କରୀ ତାଙ୍କର ବିଜୟ କାମନା କରିଥିଲେ । ବିଜେପି କର୍ମୀମାନେ ବହୁ ଉଛାହର ସହିତ ପଦ ଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ପରିବେଶକୁ ବିଜେପି ମୟ କରି ଦେଇଥିଲେ । । ଏହି ପଦଯାତ୍ରାରେ ବିଧାୟକ ପ୍ରାର୍ଥୀମାନେ ପଥଚାରୀ, ବସ୍ତି ବାସିନ୍ଦା, ଓ ପାର୍ଶ୍ଵବର୍ତ୍ତୀ ବାସିନ୍ଦାଙ୍କୁ ଭେଟି ଭୋଟ ଭିକ୍ଷା କରିବା ସହିତ ଏ ଅଞ୍ଚଳର ସର୍ବାଙ୍ଗ ଉନ୍ନତୀ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ପ୍ରକାଶ କରି ଥିଲେ । ଏହି ପଦ ଯାତ୍ରା ଗଞ୍ଜାମ ପଲ୍ଲୀ, ଲକ୍ଷ୍ମୀ ପଲ୍ଲୀ , ଚାଳିଶ କ୍ୱାର୍ଟର ନୂଆ ବସ୍ତି, ତେଲଗୁ ବସ୍ତି, ମୁଖୀ ବସ୍ତି,ଦସ କ୍ୱାଟର, ଗୋଲଘର ବାରାକ୍, ଆମ୍ବେଦକର ବସ୍ତି, ମହୁଲପାଲି ବସ୍ତି ଆଦିରେ କରାଯାଇ ଥିଲା । ମୋଦି ସରକାରଙ୍କର ଜନ ହିତକାରୀ ଯୋଜନା ଗୁଡ଼ିକ ଉପରେ ଲୋକଙ୍କୁ ଅବଗତ କରାଇଥିଲେ । ଏହି ପଦଯାତ୍ରାରେ ବିଧାନ ସଭା କ୍ଷେତ୍ରର ସଂଯୋଜକ ଅଶୋକ ଲେଙ୍କା, ବରିଷ୍ଠ ନେତା ଗଙ୍ଗାଧର ଦାଶ, ହରି ରାଉତରାୟ ମଳୟ ମହାପାତ୍ର, ଅଜୟ କଂଶାରି, କେ ଏନ୍ ଚୋବେ, ସନ୍ତୋଷ ବିରାଟ, ବୁଧିରାମ ସ୍ୱାଇଁ, ପ୍ରଫୁଲ୍ଲ କୁମାର ମିଶ୍ର ଅକ୍ଷୟ କୁମାର ଦାଶ, ଆଲୋକ ନାୟକ, ବ୍ୟାସଦେବ ନାଥ, ନର୍ମଦା ବାଗ, ମନୋଜ ପଟ୍ଟନାୟକ, ହେମନ୍ତ ଜେନା, ପ୍ରଭାସିନୀ ଦୁଙ୍ଗୁରି , ଗୌତମ ଦୁଙ୍ଗିରି, ତାରକାନାଥ ମହାପାତ୍ର,ରାଜେଶ ପ୍ରାସାଦ, ପ୍ରଭାକର ସାହୁ, ମନୀଷ ମହାପାତ୍ର, ଶ୍ରୀକାନ୍ତ ପଣ୍ଡା, ମାୟା ମୁକ୍ତାନ, ସଞ୍ଜୟ ସାହୁ, ହିମାଂଶୁ ନାୟକ, ସଦାଶିବ ପାତ୍ର, କଲୋଲିନି ଦାଶଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ସାମିଲ ହୋଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ।

Leave a Reply

Your email address will not be published. Required fields are marked *