ମହାନଗରମୁଖ୍ୟ ଖବରରାଜ୍ୟ

ଡେବ୍ରିଗଡ଼ରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜୀ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ

 ବରଗଡ଼,୮/୧ (ଉତ୍କଳ ସମାଚାର) (ଖିରୋଜ ନାୟକ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଡେବ୍ରୀଗଡ଼ ଠାରେ ମାଉଣ୍ଟ ଏକ୍ସପ୍ଲୋର୍ ର ଫାଉଣ୍ଡର ଆଶୀର୍ବାଦ ମହାପାତ୍ର ଙ୍କ ସଭାପତିତ୍ବରେ ଏକ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଫେଇ କାର୍ଯ୍ୟକ୍ରମ ତଥା ସଚେତନ କାର୍ଯ୍ୟକ୍ରମ ହୋଇଥିଲା। ଏଠାକୁ ଆସିଥିବା ପ୍ରାୟ ୨୦୦ ଟି ବଣଭୋଜି ଗୋଷ୍ଠୀଙ୍କୁ ପ୍ଲାଷ୍ଟିକ ବ୍ୟବହାରର ଅପକାରିତା ତଥା ପ୍ଲାଷ୍ଟିକକୁ ନିର୍ଦ୍ଧିଷ୍ଟ ସ୍ଥାନରେ ରଖିବାକୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରେଞ୍ଜ ଅଫିସର ରାଜେଶ କୁମାର  ମହାକୁଡ଼ ,ମୁଖ୍ୟବକ୍ତା ପ୍ରକୃତିବନ୍ଧୁ ମୀନକେତନ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ସଞ୍ଜୀବ ସାହୁ ଦେଇଥିଲେ । ଲରମ୍ଭା କଲେଜ ବର୍ତ୍ତମାନ ର ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର ଲଷ୍ମୀ ନାରାୟଣ ବନଛୋର ଏବଂ ସାମାଜିକ କର୍ମୀ ରମେଶ ମେହେର କାର୍ଯ୍ୟକ୍ରମର ଯୋଗ ଦେଇଥିଲେ। ମୁନା ନାଏକ, ପ୍ରକାଶ ପଟ୍ଟନାୟକ, ପପୁ ମହାକୁର,ଖଗେଶ୍ୱର ଭୁଏ, ତ୍ରିନାଥ ଭୁଏ ଭଳି ଅନେକ ଯୁବ ପିଢ଼ି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *