ମହାନଗରମୁଖ୍ୟ ଖବରରାଜ୍ୟ

 ମେଡିକାଲ ପରିସରରେ ଥିବା ଏସ. ବି. ଆଇ ଏଟିମ ଭାଙ୍ଗି ଲୁଟ ଘଟଣାରେ ଜଣେ ମେଡିକାଲ କର୍ମଚାରୀ ଅଟକ

ଫୁଲବାଣୀ,୮/୧ (ଉତ୍କଳ ସମାଚାର)  ( ରଞ୍ଜିତ କୁମାର ):  କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର  ଭିତରେ ଥିବା ଏସ.ବି.ଆଇ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିବାପାଇଁ ଯୋଜନା ବଦ୍ଧ ଭାବେ ଲୁଟେରା ମାନେ ପଦକ୍ଷେପ ନେଇଥିଲେ | ଏକ ଶାବଳ ଯୋଗେ ଏଟିଏମ କୁ ଭାଙ୍ଗିବାକୁ ଉଦ୍ୟମ କରିବା ସମୟରେ  ଅଟୋମେଟିକାଲି ଏସ.ବି.ଆଇ ର  ବମ୍ବେ ସ୍ଥିତ ଏସ.ବି.ଆଇ କଣ୍ଟ୍ରୋଲ ରୁମକୁ ମେସେଜ ପାଇବା ପରେ ଏସ.ବି.ଆଇ ଏଟିଏମ ମ୍ୟାନେଜର ଶ୍ରୀ ମନୋରଞ୍ଜନ ଥିଉ ତୁରନ୍ତ ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇ ଥିଲେ |ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚିଲା ବେଳକୁ ରାଜେନ୍ଦ୍ର କୁମାର ଚାନ୍ଦ ବୟସ 55ବର୍ଷ ନାମକ ବ୍ୟକ୍ତି ବାଲେଶ୍ଵର ଜିଲ୍ଲାର ମୋତି ଗଞ୍ଜ ଗାଁ, ଥାନା ସଦର ବାଲେଶ୍ୱର ଏଟିଏମ ଲୁଟ ଘଟଣାରେ ପୋଲିସ ତାଙ୍କୁ ପ୍ରତକ୍ଷ୍ୟ ଭାବେ ଏଟିଏମ ଭିତରୁ ଗିରଫ କରିଥିବା ଜଣାପଡିଛି, ରାଜେନ୍ଦ୍ର କୁମାର ଚାନ୍ଦ ଏନ.ଏଚ ଏମ.ରେ  ଆର. ଭି.ସି.ସି.ଏମ ଭାବେ  ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି | ବିଶେଷ ସୂତ୍ରରୁ ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡି.ପି.ଏମ ସମ୍ପୃକ୍ତ ଅଛି ବୋଲି  ଟାଉନ ଥାନାରେ ଅଟକ ଥିବା ରାଜେନ୍ଦ୍ର କୁମାର ଚାନ୍ଦ କହିଛନ୍ତି   | ଫୁଲବାଣୀ ମେଡିକାଲ ସ୍ଥିତ ଏଟିଏମ ରେ ଡକାୟତି ହେବାର ସମ୍ଭାବନା ଜାଣି ଏସବିଆଇ ଏଟିଏମ ମ୍ୟାନେଜର ମନୋରଞ୍ଜନ ଥିଉ, ଫୁଲବାଣୀ ପୋଲିସ ଷ୍ଟେସନ କୁ ଫୋନ କରି ଜଣାଇଥିଲେ ଓ ଫୋନ କଲ ପାଇଲା ପରେ ତୁରନ୍ତ ପୋଲିସ ଘଟଣା ସ୍ଥଳରେ  ପହଂଚି ଅଭିଯୁକ୍ତ ଚାନ୍ଦ କୁ ଗିରଫ କରିଥିଲେ ଓ କେଶ 5/24 457,380,511ipc ରେ ଏକ ମାମଲା ରଜୁ କରି ଥିବା ଜଣାପଡିଛି, ଆଉ ଏଟିଏମ ଭଙ୍ଗା ଘଟଣାରେ ଆଉ କିଏ କିଏ ସମ୍ପୃକ୍ତି ଅଛନ୍ତି କି ନାହିଁ  ସେ ବିଷୟରେ ଅଧୀକ ତଦନ୍ତ ଚାଲୁ ରହିଛି ବୋଲି ଫୁଲବାଣୀ ଉପଖଣ୍ଡ ଅଧିକାରୀ  ଶ୍ରୀ ସୁପ୍ରସନ ମଳିକ ଗଣ ମାଧ୍ୟମ ଆଗରେ ସୂଚନା ଦେଇଛନ୍ତି | ଏଟିଏମ ଭଙ୍ଗା ଘଟଣାରେ ଫୋନ ଯୋଗେ ଡି.ପି.ଏମ ଶ୍ରୀ ମନୋରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରେ ସେ ଏ ବିଷୟରେ କିଛି ଜାଣିନାହି ବୋଲି କହିଛନ୍ତି । ସେ  କହିଥିଲେ କି ସେଇ ଲୋକ ମୋ ନାଁରେ କାହିଁକି ଏମିତି କହୁଛି ସେକଥା ସେହିଁ ଜାଣିଥିବେ ଓ ମୁଁ ସବୁବେଳେ ଦୁର୍ନୀତି, ଗୁଣ୍ଡା ଗର୍ଦୀ ଭଳି ଏସବୁ ଘଟଣାରୁ ବହୁତ ଦୂରରେ ଓ ମୋର ଅଭିଯୁକ୍ତ ସହିତ କିଛି ସମ୍ପର୍କ ନାହିଁ ବୋଲି ତାଙ୍କ ଉପରେ ଆସୁଥିବା ଅଭିଯୋଗ କୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଥିଲେ ଓ ପ୍ରକୃତ ତଦନ୍ତ ପରେ ସତ୍ୟା ସତ୍ୟ ଜଣାପଡିବ ଓ ଅଭିଯୁକ୍ତ ନିଶ୍ଚୟ ଦଣ୍ଡ ପାଇବା ଦରକାର ବୋଲି କହିଥିଲେ | ବର୍ତମାନ ଏଟିଏମ ଭଙ୍ଗା ଘଟଣାରେ କିଏ କିଏ ସମ୍ପୃକ୍ତି ଅଛନ୍ତି ଓ ଏହାର ଚେର ଫୁଲବାଣୀ ରୁ କେତେଦୂର ପର୍ଯ୍ୟନ୍ତ ବ୍ୟାପିଛି ତାହା ପୋଲିସ ର ପ୍ରକୃତ ତଦନ୍ତ ପରେ ହିଁ ଜଣା ପଡିବ |

Leave a Reply

Your email address will not be published. Required fields are marked *