Uncategorized

ଦଳୀୟ ଉତ୍ସାହ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲକଲେ ମାଧବ ସର୍ଦ୍ଦାର

କେନ୍ଦୁଝର ୩/୫/(ଉତ୍କଳ ସମାଚାର): ଦଳୀୟ କର୍ମିଙ୍କ ପ୍ରବଳ ଉତ୍ସାହଜନକ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କଲେ ତେଲକୋଇ ନିର୍ବାଚନ ମଣ୍ତଳୀର ବିଜେଡି ବିଧାୟକ ପ୍ରାର୍ଥି ମାଧବ ସର୍ଦ୍ଦାର। ପ୍ରାୟ ୫ ହଜାର‍ରୁ ଉର୍ଦ୍ଦ୍ୱ ସମର୍ଥକଙ୍କ ଦଳୀୟ ସ୍ଳୋଗାନ ଏବଂ ବ‍ାଦ୍ୟନୃତ୍ୟର ଉଲ୍ଲାସପୂର୍ଣ୍ଣ ପରିବେଶ ମଧ୍ୟରେ ଶ୍ରୀ ସର୍ଦ୍ଦାର ଏବଂ ଜିଲ୍ଲାର ଦଳୀୟ ନେତୃବର୍ଗ ଏକ ସୁସଜ୍ଜିତ ଗାଡିରେ କେନ୍ଦୁଝର ଟେଲିଫୋନ୍ ଏକ୍ଦେଞ୍ଜ୍ ଛକରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ।ବାଟରେ ଥାନାଛକସ୍ଥ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ସର୍ଦ୍ଦାର ଏବଂ ଦଳୀୟ ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ,କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କାନ‍ନ ବିହାରୀ ପହି  ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଞ୍ଚି ଥିଲା।ପ୍ରବଳ ଖରାସତ୍ତ୍ୱେ ପ୍ରାର୍ଥିପତ୍ର ଦାଖଲ ଅଭିଯାନରେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ପ୍ରାର୍ଥି ବଦ୍ରିନାରାୟଣ ପାତ୍ର,ସଦର ବିଧାୟିକା ପ୍ରାର୍ଥିନୀ ମୀନା ମାଝୀ,ପାଟଣା ବିଧାୟକ ପ୍ରାର୍ଥି ଜଗନ୍ନାଥ ନାଏକ,ସାଂସଦ ପ୍ରା‍ର୍ଥି ଧନୁର୍ଜୟ ସିଦୁ,ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ,ରାଜ୍ୟ ଯୁବ ବିଜେଡି ଉପସଭାପତି ସୈାମ୍ୟ ଶଙ୍କର ଚକ୍ର,ସାଂସଦ ଚନ୍ଦ୍ରାଣୀ ମୁର୍ମୁ,କେନ୍ଦୁଝରଗଡ ଉପନଗରପାଳ ବରଦା ପ୍ରସନ୍ନ ଦାସ,ଯୁବନେତା ସୂର୍ଯ୍ୟନାରାୟଣ କର,ଦେବୁ ପଟ୍ଟନାୟକ,ଜିଲ୍ଲା ସଭାପତି କୁଶ ଆପଟ,ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ,ପାଟଣା ନିର୍ବାଚନ ପର୍ଯ୍ୟବେକ୍ଷକ ହିରଶ ଚୈଧୂରୀ,କେନ୍ଦୁଝର ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ,ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ବହୁ ଦଳୀୟ ସରପଞ୍ଚ,ସମିତି ସଭ୍ୟ ଯୋଗଦେଇଥିଲେ।ଶ୍ରୀ ସର୍ଦ୍ଦାର   ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତେଲକୋଇ ନିର୍ବାଚନ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।

Leave a Reply

Your email address will not be published. Required fields are marked *