ମହାନଗରମୁଖ୍ୟ ଖବରରାଜ୍ୟ

କୋଇଡ଼ାରେ ଗୁଆ ଓ ଚାଉଳ ସଂଗ୍ରହ

କୋଇଡ଼ା,୮/୧ (ଉତ୍କଳ ସମାଚାର) ( ନଗେଶ ଚନ୍ଦ୍ର ପାଢ଼ୀ ) : ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମାର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ସାରା ରାଜ୍ୟର କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ୟ ରେ ଗାଁ ରୁ ସହର ପ୍ରତିଟି ଘରୁ ଚାଉଳ ଓ ଗୁଆ ସଂଗ୍ରହ ନିମନ୍ତେ ଜଗନ୍ନାଥ ରଥ ସାରା ରାଜ୍ୟ ପରିକ୍ରମା କରୁଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ମଧ୍ୟ ଚାଉଳ ଓ ଗୁଆ ସଂଗ୍ରହ ନିମନ୍ତେ ଜଗନ୍ନାଥ ରଥ ବାହାରିଛି । କୋଇଡ଼ା ବ୍ଲକରୁ ଜଗନ୍ନାଥ ପରିକ୍ରମା ରଥ ବାହାରି ଜଗନ୍ନାଥ ମନ୍ଦିର ପରିଶରରେ ପୂର୍ଜଚନା ସହ ଘରୁ ଘରୁ ଗୁଆ ଚାଉଳ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହି ଶୁଭ ଅବସରରେ କୋଇଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ପାତ୍ର , କୋଇଡ଼ା ସରପଞ୍ଚ ହୁଷିକେଶ ଦେହୁରୀ ଓ କୋଇଡ଼ା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ବିଜୟନନ୍ଦ ଜେନା , ଶୁରେଶ ଦାଶ ଓ ନଗେଶ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *