ମହାନଗରମୁଖ୍ୟ ଖବରରାଜ୍ୟ

ଇସ୍ପାତ ସହରାଞ୍ଚଳ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ବନ୍ଧୁ ମିଳନ

ରାଉରକେଲା,୮/୧ (ଉତ୍କଳ ସମାଚାର): ସେକ୍ଟର -6 ସ୍ଥିତ ସାଇ ବାବା ମନ୍ଦିର ପରିସର ରେ ଆଜି ଇସ୍ପାତ ସହରାଞ୍ଚଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ସମାଜସେବୀ ସରୋଜ ନାୟକ ଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଏକଜୁଟ ହୋଇ ପରସ୍ପରକୁ ଇଂରାଜୀ ନବବର୍ଷ ର ଶୁଭେଚ୍ଛା ଦେବା ସହ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଅତିଥି ଭାବେ ମାନବିକତା ପରିବାର ର ଅଧ୍ଯକ୍ଷ ପ୍ରଶାନ୍ତ ସେଠୀ ଯୋଗ ଦେଇ ସମାବେଶ ରେ ଉପସ୍ଥିତ ମହିଳା ମାନଙ୍କୁ ନବବର୍ଷ ର ଶୁଭେଚ୍ଛା ଦେବା ସହ ମହିଳା ମାନେ ସମାଜର ସବୁଠୁ ଗୁରୁତ୍ୱପୂର୍ଣ୍ଣ।ନିଜ ପରିବାରର ଦାୟିତ୍ଵ ନେବା ସହ ସମାଜ ର ଦାୟିତ୍ଵ ନେବା ରେ ଆଜି ର ମହିଳା ସିଦ୍ଧହସ୍ତ।ସବୁ କାର୍ଯ୍ଯ ରେ ମହିଳା ମାନେ ଆଜି ଆଗରେ ଅଛନ୍ତି। ପ୍ରାରମ୍ଭ ରେ କୁନି ପ୍ରତିଭା ମାନେ ବିଭିନ୍ନ ଭକ୍ତି ସଙ୍ଗୀତ ଉପରେ ନୃତ୍ୟ ପରିବେଷଣ କରି ସମସ୍ତ ଙ୍କ ମନ ଜିଣିଥିଲେ। ଏହି ଅବସରରେ ସାଂଗଠନିକ ଦକ୍ଷତା ପ୍ରତିପାଦନ କରିଥିବା ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଭଲ ନୃତ୍ୟ ପ୍ରଦର୍ଶନ କରିଥିବା କଳାକାର ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ସଫଳ ଆୟୋଜନ ରେ ଲକ୍ଷ୍ମୀପ୍ରିୟା ବେହେରା, ବେବି ମହାନ୍ତି, ଚଞ୍ଚଳା ସାମଲ, ରୁକ୍ମଣୀ ପ୍ରଧାନ, ଲକ୍ଷ୍ମୀ ଦେବି ଶତପଥି, ଅଞ୍ଜଳି ପାଲ, ରଶ୍ମିତା ବାଗ, ମୀନ ମେହେର, ପ୍ରୀତି ପରିଡା, ସବିତା ମୁଦୁଲୀ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *