Uncategorized

ଅନୁଗୁଳ ବିଧାନସଭା ନିର୍ବାଚନ ୨୦୨୪; ଏଥର ବିଜେଡି ଟିକେଟ କାହାକୁ 

ଅନୁଗୁଳ//09/01/2024// (ଉତ୍କଳ ସମାଚାର) //:୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଚଳଚଞ୍ଚଲ ହୋଇପଡିଛି ଅନୁଗୁଳ ରାଜନୀତି। ତା ସହିତ ମଧ୍ୟ ଚଳଚଞ୍ଚଳ ହୋଇପଡିଛନ୍ତି ଶାସକ ଦଳ ବିଜେଡିର ଆଶାୟୀ ପ୍ରାର୍ଥୀମାନେ। ସଂପ୍ରତି ଏଠାରୁ ବିଗତ ଚାରୋଟି ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ଜିତି ଆସୁଥିବା ରଜନୀକାନ୍ତ ସିଂହ ଏଥର ତାଙ୍କର ଟିକେଟ ନେଇ ଆଶ୍ବସ୍ତ ଥିବା ଜଣାପଡୁନାହିଁ। କାରଣ ବିଗତ ଦିନରେ ତୃତୀୟ ମହଲା ସହିତ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ର ଅନ୍ୟ ନେତାଙ୍କ ଭେଟଭାଟ, ପୁରୁଣା ନେତାଙ୍କ ଗତିବିଧି ବଡିବା, ସ୍ଵଂୟ ବିଧାୟକଙ୍କ ଦୁଇହାତ କୁହାଯାଉଥିବା ଦୁଇ ଯୁବ ନେତାଙ୍କ ଦଳରୁ ବହିଷ୍କାର, ସ୍ଥାନୀୟ ଜୈନିକ ବ୍ୟବସାୟୀଙ୍କ ଟିକେଟ ଆଶା ଆଦି ଏବେର ବିଧାୟକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିବାର ଜଣାପଡୁଛି। ନଚେତ ରଜନୀକାନ୍ତ (ମଣ୍ଟୁ ବାବୁ) ହଠାତ୍ ଉପବାଚସ୍ପତି ପଦରୁ ଇସ୍ତଫା ଦେଇ ସ୍ଥାନୀୟ ସଂଗଠନ କୁ ସୁଦୃଢ କରିବା ପଛରେ ବୋଧହୁଏ ଲାଗି ନ ଥାନ୍ତେ।ଶକ୍ତି ପଟ୍ଟନାୟକ! ଏହି ନେତା ଜଣଙ୍କ ବିଜୁବାବୁଙ୍କ ଅମଳରୁ ଜନତା ଦଳ ଓ ପରେ ବିଜୁ ଜନତା ଦଳରେ ରହି ଆସିଛନ୍ତି। ପୂର୍ବରୁ ନଗରପାଳ ରହିବା ସହିତ ତାମଡ଼ା ଅଧ୍ୟକ୍ଷ ଭାବେ ମଧ୍ୟ ସଫଳତାର ସହିତ ନିଜର ରାଜନୈତିକ କାର୍ଯ୍ୟକାଳ ତୁଲେଇଛନ୍ତି। ଏହା ସହିତ ଦଳର ବିଭିନ୍ନ ସମୟରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ତୁଲାଇବା ସହ ଜୀବନବିନ୍ଦୁ ସଂପର୍କିତ କାର୍ଯ୍ୟକ୍ରମ ସହିତ ମଧ୍ୟ ଜଡିତ। ଏବେ ହଠାତ ଶକ୍ତିବାବୁଙ୍କର ସାଧାରଣ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ଅନେକ ବଢ଼ିଯାଇଛି ବା କୁହନ୍ତୁ ଶକ୍ତି ବାବୁ ଦଉଡ଼ି ବାରେ ଲାଗି ପଡିଛନ୍ତି। ସୂତ୍ରରୁ ମିଳୁଥିବା ସୁଚନା ଅନୁଯାୟୀ ତାଙ୍କୁ ଦଳର ବଡ଼ ନେତାଙ୍କ ପକ୍ଷରୁ ଟିକେଟ ସମ୍ପର୍କରେ କିଛି ଆଶ୍ଵାସନା ମିଳିଛି।ଏପଟେ ଜିଲ୍ଲା ଯୁବ ବିଜେଡ଼ିର ସଭାପତି ଓ ବସୁଧା ଦାୟିତ୍ୱରେ ଥିବା ଦିନେଶ ପ୍ରଧାନ ମଧ୍ୟ ଟିକେଟ ପାଇଁ ଆଶାୟୀ ଦୌଡ଼ରେ ସମ୍ମୁଖ ଧାଡ଼ିରେ ଅଛନ୍ତି। ଏଥିପାଇଁ ସେ ନିଜର ଉତ୍ତମ ଲୋକସମ୍ପର୍କ, ପାଣ୍ଡିୟନ୍ ବାବୁଙ୍କ ସହିତ ସିଧାସଳଖ ଭେଟଭାଟ, ସାଂସଦଙ୍କ ସୁପାରିସ, ଛେଣ୍ଡିପଦା ବିଧାୟକଙ୍କ ସୁପାରିସ ଆଦିକୁ ସମ୍ବଳ କରି ଅଗ୍ରସର ହେଉଥିବା ଜଣାପଡୁଛି।ଅନ୍ୟପଟେ ଅନୁଗୁଳର ଜଣେ ପ୍ରମୁଖ ଶିକ୍ଷା ବ୍ୟବସାୟୀ ମହେଶ ଧଳ ମଧ୍ୟ ଗତ କିଛି ମାସ ହେବ ଟିକେଟ ପାଇବା ଆଶାରେ ଉପର ମହଲା ସହିତ ଯୋଗାଯୋଗ କରିବା ସହ ବିଜେଡି ସପକ୍ଷରେ ବାରମ୍ବାର ବ୍ୟାନର ଲଗାଉଥିବା ଦେଖିବାକୁ ମିଳୁଛି। ଏହା ସହିତ ବିଜେଡି ନେତାଙ୍କୁ ଡାକି ଶିବିର ଆୟୋଜନ ଓ ଦଳୀୟ କର୍ମୀମାନଙ୍କ ସହ ଯୋଗାଯୋଗ କରୁଥିବା ଦେଖିବାକୁ ମିଳୁଛି। ମହେଶ୍ ଙ୍କୁ ମଧ୍ୟ ଦଳର ଏକ ଶିବିରରୁ ଆଶ୍ଵାସନା ମିଳିଥିବା ସୂତ୍ରରୁ ଜଣାପଡିଛି।କିନ୍ତୁ ହଠାତ ନୂଆ ପ୍ରୟୋଗ ପାଇଁ ପ୍ରସିଦ୍ଧ ନବୀନବାବୁ ଯେ ଏଥର ଅନୁଗୁଳ ବିଧାନସଭା ଆସନ ପାଇଁ କୌଣସି ନୂଆ ଚେହେରାକୁ ନେଇ ପ୍ରୟୋଗ ନ କରିବେ ଏ କଥା ମଧ୍ୟ ଏବେଠୁ ଅନୁମାନ କରିବା କଷ୍ଟକର।ସେ ଯାହାହେଉ ୨୦୨୪ ବିଧାନସଭା ନିର୍ବାଚନରେ ଅନୁଗୁଳ ରୁ ବିଜେଡି ରୁ ଟିକେଟ ପାଇବା ପାଇଁ ଲଢେଇ ଯେ ଜୋର୍ ହେବ, ଏ କଥା ମନା କରିହେବ ନାହିଁ।

Leave a Reply

Your email address will not be published. Required fields are marked *