Uncategorized

୨୦ ଗ୍ରାମ ବ୍ରାଉନସୁଗାର ସହ ୬ ଜଣ ଗିରଫ

ଅନୁଗୁଳ//09/01/2024// (ଉତ୍କଳ ସମାଚାର) //:ଅନୁଗୁଳ ଜିଲ୍ଲା ନାଲକୋନଗର ପୁଲିସ ସୋମବାର ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ୬ ଜଣଙ୍କ ମଧ୍ଯରେ ଜଣେ ନାବାଳକ ଥିବା ବେଳେ ଜବତ ବ୍ରାଉନସୁଗାରର ମୂଲ୍ଯ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ଗିରଫ ଅନ୍ଯ ୫ ଜଣଙ୍କ ମଧ୍ଯରୁ କାଣ୍ଡସର ଗାଁର ଦିପକ ସେଠୀ ଓ ବଳରାମପ୍ରାସଦର ପ୍ରଭାକର ମହାପାତ୍ର , ଡମ୍ବରୁଧର ଦାସ , ପ୍ରଶାନ୍ତ ନାହାକ , ଦିଲ୍ଲିପ ବାରିକ । ଏହି ସବୁ ଅଭିଯୁକ୍ତ କନିଆଁବେଡା ଗାଁ ମୁଣ୍ଡରେ ଥିବା ଓଭରବ୍ରିଜ ନିକଟରେ ବ୍ରାଉନସୁଗାର ବେପାର କରିବା ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ଖବର ପାଇ ନାଲକୋନଗର ପୁଲିସ ଚଢାଉ କରିଥିଲା । ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା।

Leave a Reply

Your email address will not be published. Required fields are marked *