Uncategorized

ଘରଇ କଲହକୁ କେନ୍ଦ୍ର କରି ଭଣଜା ପଥରରେ ଛେଚି ହତ୍ୟା କଲା ମାମୁକୁ

ବଣେଇ,୨/୫ (ଉତ୍କଳ ସମାଚାର): ଉପଖଣ୍ଡର କେ ବଲାଙ୍ଗ ଥାନାର ଗୌଡୁଣିପୋଷ ଗ୍ରାମର ପତଳା ସାହିରେ ବିଭର୍ଷ ହତ୍ୟାକାଣ୍ଡ। ମାମୂକୁ ପଥରରେ ଛେଚି ହତ୍ୟା କଲା ଭଣଜା। ହତ୍ୟା କରିବା ପରେ ପୋଲିସ ପାଖରେ ଆତ୍ମ ସମର୍ପଣ କଲା ହତ୍ୟା କାରି ଭଣଜା । VO:- ସାମାନ୍ୟ ବଚସାକୁ ନେଇ ମାମୁଁ ଭଣଜାଙ୍କ ମଧ୍ୟରେ ତୁତୁ ମେଂମେଂ ହୋଇଥିଲେ। ସକାଳ ୬ ଟାରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ମାମୁଁ ଲହୁଣୀପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବନ୍ କଂଶରିଆ ସେ ଗୌଡୁଣି‌ ପୋସ ଗ୍ରାମରେ ଥିବା ଭଣଜା ଠୁରୁ ଧୀବର ଘରକୁ ବୁଲି ବାକୁ ଯାଇଥିଲେ। ହେଲେ ସେଠାରେ ମାମୁଁ ଓ ଭଣଜା ଭିତରେ ଘରଇ କଳହକୁ କେନ୍ଦ୍ର କରି ହଟାତ ଉତ୍ୟକ୍ତ ହୋଇ ପଡିଥିଲା ଭଣଜା ସେଠାରେ ଥିବା ଏକ ପଥରରେ ଛେଚି ଥିଲା ଯାହା ଫଳରେ ଘଟଣା ସ୍ଥଳରେ ମାମୁଁଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଭଣଜା ଥାନାକୁ ଯାଇ ଆତ୍ମସମର୍ପଣ କରି ଘଟଣା ବିଷୟରେ ଜଣେଇଥିଲା । ପୋଲିସ ମୃତ ମାମୁଙ୍କ ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଭଣଜା ଠୁରୁ ଧିବରକୁ ଅଧିକ ପଚରା ଉଚରା କରୁଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *