Uncategorized

ରାଜସ୍ଥାନ ସେବା ସଦନ ହସ୍ପିଟାଲରେ ୱାଟର କୁଲର ଉଦ୍‌ଘାଟିତ

ରାଉରକେଲା, ୨/୫(ଉତ୍କଳ ସମାଚାର): ରାଜସ୍ଥାନ ପରିଷଦ ଦ୍ୱାରା ସଂଚାଳିତ ବାସନ୍ତୀ କଲୋନୀ ସ୍ଥିତ ରାଜସ୍ଥାନ ସେବା ସଦନ ହସ୍ପିଟାଲ ପରିସରରେ ପୂର୍ବ ଅଧ୍ୟକ୍ଷ ଶ୍ୟାମସୁନ୍ଦର ସୋମାନୀଙ୍କ ପୁଣ୍ୟତିଥିରେ ଶ୍ରୀମତୀ ଭଗବତୀ ଦେବୀ ସୋମାନୀ ଧର୍ମପତ୍ନୀ ପୁଅ ସଂଜୟ ସୋମାନୀଙ୍କ ଦ୍ୱାରା ୱାଟର କୁଲର ହସ୍ପିଟାଲକୁ ପ୍ରଦାନ କରାଯାଇଥିଲା । ଯାହାର ବିଧିବଦ୍ଧ ଭାବରେ ଫିତା କାଟି ଉଦଘାଟନ କରାଯାଇଥିଲା । ଏହି ଅବସରରେ ହସ୍ପିଟାଲ ଚେୟାରମ୍ୟାନ ମାଙ୍ଗେ ଲାଲ ଭୋତ୍ରା ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ଥାନ ପରିଷଦର ୍ରଅଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲ  ଉପାଧ୍ୟକ୍ଷ ବରୁଣ ସୋମାନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବ ଅଧ୍ୟକ୍ଷ ତରୁଣ ମାଲାନୀ , ଯଗ୍ମ ସଂପାଦକ ବିକ୍ରମ ଭୋତ୍ରା, ହସ୍ପିଟାଲର ସହ ସଂଯୋଜକ ଜଗଦୀଶ ହରିତ କୋଷାଧ୍ୟକ୍ଷ ବିନୟ ଶର୍ମା, ଅନିଲ ସେମାନାୀ, ଆଶା ମୁଦଲା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *