ମହାନଗରମୁଖ୍ୟ ଖବରରାଜ୍ୟ

୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ, ୧୧/୧ (ଉତ୍କଳ ସମାଚାର) (ଜଗଦିସ୍ ପ୍ରସାଦ) : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଯୁବକ ଜଣଙ୍କ ହେଲେ ନାବାଳିକାଙ୍କ ଗାଁର ୨୨ ବର୍ଷୀୟ ଚନ୍ଦନ ମାଝୀ । ସୁଚନା ଅନୁସାରେ ଚନ୍ଦନଙ୍କ ଘର ତାଳଚେର ଅଞ୍ଚଳରେ ହୋଇଥିବା ବେଳେ ଗତ କିଛି ବର୍ଷ ହେଲା ନାବାଳିକାଙ୍କ ଗାଁରେ ଘର କରି ରହିଛନ୍ତି । ଗତ ଦୁଇ ଦିନ ତଳେ ଗାଁର ଜଣେ ୩ ବର୍ଷୀୟ ସମ୍ପର୍କୀୟ ଭାଣିଜୀକୁ ଚନ୍ଦନ ଭୁଲେଇ ଭାଲେଇ ଏକ ଶାଗୁଆନ ବଗିଚାକୁ ନେଇ ଦୁଷ୍କର୍ମ କରିଥିଲା । ପରେ ନାବାଳିକାକୁ ତାଙ୍କ ଘର ଆଗରେ ଛଡିଦେଇ ପଳାଇ ଯାଇଥିଲା । ପରେ ପରିବାର ଲୋକ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରି ମଙ୍ଗଳବାର ଅଭିଯୁକ୍ତ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *