ମହାନଗରମୁଖ୍ୟ ଖବରରାଜ୍ୟ

ଶ୍ରୀ ଜଗନ୍ନାଥ ମନ୍ଦିର ଚାରି ଦୁଆର ଓ ରତ୍ନଭଣ୍ଡାର ଖୋଲିବା ପାଇଁ ଜନ ସମ୍ପର୍କ ଯାତ୍ରା 

ଅନୁଗୁଳ,୧୧/୧ (ଉତ୍କଳ ସମାଚାର) (ଜଗଦିସ୍ ପ୍ରସାଦ): ଆଜି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଚାରି ଦୁଆର ଖୋଲିବା ଓ ରତ୍ନଭଣ୍ଡାର ଖୋଲି ଗଣତି ମଣତି ତଥା ସୁରକ୍ଷା ଦାବିରେ ଶ୍ରୀ ଜଗନ୍ନାଥ ସେନାର ଭକ୍ତ ଜାଗରଣ  ଜନସମ୍ପର୍କ ଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଶ୍ରୀ ଜଗନ୍ନାଥ ସେନା ଆବାହକଙ୍କ  ନେତୃତ୍ୱରେ  ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଥିଲା ।ଶ୍ରୀ ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ରତ୍ନ ଭଣ୍ଡାରର କେବଳ ଲେଜର ସ୍କାନିଂ ହେବା ସହ କିନ୍ତୁ ଗଣତି ନ ହେବାକୁ ନେଇ ପରିଚାଳନା କମିଟିର ନିଷ୍ପତ୍ତିକୁ ସେନା ଘୋର ବିରୋଧ କରିଛି ।ଏହା ସହିତ ଗୋ ମାଂସ ଭକ୍ଷଣକାରୀଙ୍କ ମନ୍ଦିର ପ୍ରବେଶ ଓ ୩୧ଡିସେମ୍ବର ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖିଥିବା ପ୍ରସାଶନିକ କାର୍ଯ୍ୟକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଥିଲା ।

Leave a Reply

Your email address will not be published. Required fields are marked *