Uncategorized

ଧୂଳୀଶ୍ଵର ବସ୍ତିଆଙ୍କ ୫୮ ତମ ପୂଣ୍ୟତିଥି ରେ ରାଉରକେଲା ମଜଦୁର ସଭା ର ଶ୍ରଦ୍ଧାଞ୍ଜଳି

ରାଉରକେଲା,୨୮/୪ (ଉତ୍କଳ ସମାଚାର): ଗତ କାଲି ତା ୨୭/୪/୨୦୨୪ ରିଖରେ ବିଶିଷ୍ଟ ଶ୍ରମିକ ନେତା ସ୍ବର୍ଗତ ଧୂଳୀଶ୍ଵର ବସ୍ତିଆଙ୍କ ୫୮ ତମ ମହାପ୍ରୟାଣ ଦିବସକୁ ରାଉରକେଲା ମଜଦୁର ସଭା ସମେତ ହିନ୍ଦ୍ ମଜଦୁର ସଭା ସହବନ୍ଧିତ ଶ୍ରମ ସଙ୍ଗଠନ ମାନଙ୍କ ପକ୍ଷରୁ ପାଳନ କରାଯାଇଥିଲା। ଏହି ଉପଲକ୍ଷେ ରାଉରକେଲା ମଜଦୁର ସଭା ର କର୍ମକର୍ତ୍ତା ଓ କର୍ମୀ ମାନେ ସକାଳ ୭ ଘଟିକା ରେ ଆମ୍ବାଗାନ ସ୍ଥିତ ପେଟ୍ରୋଲ ପମ୍ପ ଛକଠାରୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରାରେ ଦିବଂଗତ ନେତାଙ୍କ ହମିରପୁର ଘାଟ ସ୍ଥିତ ସମାଧି ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ହିନ୍ଦ୍ ମଜଦୁର ସଭା ରାଜ୍ୟ କାର୍ଯ୍ୟକାରି ସଭାପତି ଶ୍ରୀ ବୈଦ୍ୟନାଥ ଦାସ, ମଜଦୁର ସଭା ର ପୂର୍ବତନ ସଭାପତି ଶ୍ରୀ ପ୍ରଭାକର ଚମ୍ପତିରାୟ, ବିରଷ୍ଠ ଶ୍ରମିକ ନେତା ଶ୍ରୀ ହରେକୃଷ୍ଣ ପାଢ଼ୀ, ରାଉରକେଲା ମଜଦୁର ସଭା ର ସଭାପତି ଶ୍ରୀ ଶଶଧର ନାୟକ, ସାଧାରଣ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ନାୟକ, ଉପସାଧାରଣ ସମ୍ପାଦକ ଶ୍ରୀ ଖଗେନ୍ଦ୍ର ବେହେରା ଉପସଭାପତି ଶ୍ରୀ କଳାକାର ସାହୁ, ସିଦ୍ଧେଶ୍ଵର ବଳ, ପ୍ରମୋଦ କୁମାର ଦାସ, ସତ୍ୟାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ବେହେରା, ସୋମନାଥ ସ୍ବାଇଁ, ନୃପାନନ୍ଦ ନାୟକ , ରଞ୍ଜନ ପୃଷ୍ଟି, କେଦାର ମହନ୍ତ, ରଞ୍ଜିତ କୁମାର ନାୟକ, ଶ୍ରବଣ କୁମାର ଦଳାଇ,ଶରତ ଜେନା, ଗୋପାଳ ମହନ୍ତ,ଜନ୍ମଜୟ ସିଂ,ସେବକ ନାୟକ, ରମେଶ ମହାରଣା,ସିବୁଦାସ ମହାପାତ୍ର,ଭୂବନ ବେହେରା,ଆର.କେ.ସାହୁ,ମାନସ ପଟନାୟକ ,ମୋତିଲାଲ ଓରାମ , କେଦାର ଦାସ ଉପସ୍ଥିତ ରହି ବସ୍ତିଆଜୀ ଅମର ରହେ ଧ୍ବନି ସହ ସମାଧୀସ୍ଥଳ ପରିକ୍ରମା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପୁରାତନ ସାଥୀ ଶ୍ରୀ ବଂଶୀଧର ସାହୁ, ନିର୍ମଳ ଚନ୍ଦ୍ର ଭଦ୍ର, ଅବନୀ କୁମାର ବଳ, ବିଦେଶୀ ମୁନା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୂଜାର୍ଚ୍ଚନା ସଂପନ୍ନ ହୋଇଥିଲା। ପୁଣି ସଂଧ୍ୟା ୭ ଘଟିକା ସମୟରେ ଏନ୍ ଏସ ପି ସି ଏଲ ଏମ୍ପୋଲଇଜ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଓ ଏହାର ବାର୍ଷିକ ସମ୍ମିଳନୀ ମଜଦୁର ସଭା ର ସହରାଞ୍ଚଳ କାର୍ଯ୍ୟାଳୟ ସି/୮ ସେକ୍ଟର -୬ ରାଉରକେଲା ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶ୍ରମିକ ନେତା ତଥା ଉକ୍ତ ସଂଗଠନ ର ସଭାପତି ଶ୍ରୀ ହରେକୃଷ୍ଣ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ହିନ୍ଦ୍ ମଜଦୁର ସଭା ର କାର୍ଯ୍ୟକାରୀ ସଭାପତି ଶ୍ରୀ ବୈଦ୍ୟନାଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସମ୍ମାନିତ ଅତିଥି ରୂପେ ବରିଷ୍ଠ ଶ୍ରମିକ ନେତା ଶ୍ରୀ ପ୍ରଭାକର ଚମ୍ପତିରାୟ, ରାଉରକେଲା ମଜଦୁର ସଭା ର ସଭାପତି ଶ୍ରୀ ଶଶଧର ନାୟକ, ସାଧାରଣ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ନାୟକ, ଶ୍ରମିକ ନେତା ଦିଗମ୍ବର ମହାନ୍ତି, ସଂଗଠନ ର ସାଧାରଣ ସମ୍ପାଦକ କେଦାରନାଥ ଦାସ ମଞ୍ଚାସିନ ହୋଇଥିଲେ। ସାଧାରଣ ସମ୍ପାଦକ ଶ୍ରୀ କେଦାରନାଥ ଦାସ କାର୍ଯ୍ୟକ୍ରମ ଆରମ୍ଭ ରେ ସମସ୍ତ ଙ୍କୁ ସ୍ବାଗତ କରିବା ସହ ଦିବଂଗତ ନେତା ଧୂଳୀଶ୍ଵର ବସ୍ତିଆଙ୍କ ତୈଳ ଚିତ୍ର ରେ ମାଲ୍ୟାର୍ପଣ କରିବା ପାଇଁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ହିନ୍ଦ୍ ମଜଦୁର ସଭା ର ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇ ମୁଖ୍ୟ ଅତିଥି ଶ୍ରୀ ବୈଦ୍ୟନାଥ ଦାସ ବସ୍ତିଆଜୀ ଙ୍କୁ ଜଣେ ସାଲିସ ବିହୀନ ଶ୍ରମିକ ନେତା ଭାବରେ ଅବିହିତ କରି ଇସ୍ପାତ ଶିଳ୍ପ ରେ ଶ୍ରମିକ ମାନଙ୍କର ଯାବତୀୟ ସମସ୍ୟା ସମାଧାନ ନେଇ ତାଙ୍କର ଅବଦାନ ଅତୁଳନୀୟ ଓ ଶ୍ରମିକ ସମାଜ ପାଇଁ ମାର୍ଗ ଦର୍ଶକ ହୋଇ ରହିବ ବୋଲି ମତ ଦେଇଥିଲେ।ସମସ୍ତ ସମ୍ମାନିତ ଅତିଥି ନିଜ ନିଜର ବକ୍ତବ୍ୟ ରଖି କହିଥିଲେ ଯେ ବସ୍ତିଆଜୀ ଙ୍କ ତ୍ୟାଗପୂତ ଜୀବନ ଓ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା ପରବର୍ତି ଅବସ୍ତାରେ ଇସ୍ପାତ ଶ୍ରମିକ ଙ୍କ ଯାବତୀୟ ସମସ୍ୟା ଯଥା -ଚାକିରୀ ସ୍ଥାୟୀ କରଣ ଓ ସେବାକାଳରେ ସର୍ତ୍ତାବଳୀ, ବାସଗୃହ ସମସ୍ୟା, ସହରାଞ୍ଚଳ ସମସ୍ୟା, ପ୍ରତିକୂଳ ଅବସ୍ଥାରେ ଖଣି ଶ୍ରମିକ ଙ୍କ ଯାବତୀୟ ସମସ୍ୟା ର ସମାଧାନ,ବାସଚ୍ୟୁତଙ୍କ ଥଇଥାନ ନେଇ ଆନ୍ଦୋଳନ ରେ ବସ୍ତିଆଜୀ ଙ୍କ ସଫଳ ନେତୃତ୍ୱର ଅବତାରଣା କରିଥିଲେ । ସଭାପତି ଶ୍ରୀ ପାଢ଼ୀ ଏନ୍ ଏସ ପି ସି ଏଲ ରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକ ଙ୍କ ଯାବତୀୟ ସମସ୍ୟା ସମାଧାନ ନେଇ ସଂଗଠନ ର ନିରନ୍ତର ଉଦ୍ୟମ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିବାକୁ ସର୍ବଶ୍ରୀ ଦିଲ୍ଲୀପ କୁମାର ଜେନା, ପତିତପାବନ ଜେନା,ଜଗନ୍ନାଥ ପଣ୍ଡା, ନିରଞ୍ଜନ ସାମଲ,ସଂଜିବ ସାହୁ, ଆଶ୍ରିବାଦ କୁମାର, ରବିନାରାୟଣ ପରିଡ଼ା, ଦୂସ୍କନ୍ତ ଦାସ, ରଞ୍ଜିତ ସାହୁ, ଆଲୋକ ବିଶ୍ଵାଳ, ରଞ୍ଜିତ କୁଜୁର, କୃପାସିନ୍ଧୁ ଜେନା, ସୁଶାନ୍ତ ମହାନ୍ତି,କେ.ଏସ.ଜେନା, ସଂଜୟ କୁମାର ଦାସ,ଡି.କେ.ଜେନା, ବିଦେଶୀ ମୁନା, ଅବତାର ସିଂ, ଅକ୍ଷୟ ମିଶ୍ର, ପ୍ରତାପ ପାଣିଗ୍ରାହୀ, ସନ୍ତୋଷ ମାଝୀ, ଅଜୟ ବଳିଆରସିଂ,କେ.ସେଠୀ, ଅମର ମହାନ୍ତି, ଟିକେଶ୍ବର ଭୋଇ , ସଂଜୟ ଓରାମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଶେଷରେ ସଂଗଠନ ର ଉପସଭାପତି ଶ୍ରୀ ଦେବାଶିଷ ନାୟକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

Leave a Reply

Your email address will not be published. Required fields are marked *