Uncategorized

ସେକ୍ଟର – ୭, କମ୍ୟୁନିଟ ସେଣ୍ଟର ଯୋଗ କେନ୍ଦ୍ରର ୬ ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା,୨୮/୪ (ଉତ୍କଳ ସମାଚାର): ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସେକ୍ଟର -,୭, ସ୍ତିତ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ରର ,୬ ତମ ବାର୍ଷିକ ଉତ୍ସବ କମ୍ୟୁନିଟ ସେଣ୍ଟର୍ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଶ୍ରୀ ମାର୍ଥା ତାଙ୍କ ଅଭିଭାଷଣରେ ଯୋଗର ଆବଶ୍ୟକତା, ବ୍ୟକ୍ତି , ପରିବାର, ଦେଶର ଆର୍ଥିକ ଅଗ୍ରଗତି ଓ ପ୍ରଗତିରେ ଯୋଗର ଅବଦାନ ଉପରେ ଚର୍ଚ୍ଚା କରିଥିଲେ । ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନି ସ୍ୱାଇ, ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, , ଜିଲ୍ଲା ପତାଞ୍ଜଳି ଯୋଗ ସମିତି ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ , ବରିଷ୍ଠ ଯୋଗ ଶିକ୍ଷକ ବୁଲେଣ୍ଡୁ ଶେଖର ଦୁବେ କମ୍ୟୁନିଟ କେନ୍ଦ୍ରର ସଂପାଦକ ସମୀର କୁମାର ଦାସ ଯୋଗର ଉପକାରିତା, ବ୍ୟକ୍ତି ଓ ତାଙ୍କ ପରିବାରର ନିରୋଗ ଜୀବନ ଯାପନ, ତଥା ରାଷ୍ଟ୍ର ନିର୍ମାଣରେ ଯୋଗର ଅବଦାନ ଉପରେ ଆଲୋକପାତ କରିଥିଲେ । ଏହି କେନ୍ଦ୍ରର ଯୋଗ ଶିକ୍ଷକ ଓ ଶାଧିକା ମାନେ ଅତି ସୁନ୍ଦର ଭାବରେ ଯୋଗ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ । ଏହି କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷକ ଆଶାଲତା ସାହୁ ଓ ସବିତା ପ୍ରଧାନ କାର୍ଯ୍ୟକ୍ରମକୁ କରିବାପାଇଁ ସମସ୍ତ ସହଯୋଗ ଓ ଉଦଯୋଗ କରିଥିବା ବେଳେ , ପ୍ରୀତି ଛନ୍ଦା ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ । ଏହକାର୍ଯ୍ୟକ୍ରମରେ ବରିଷ୍ଠ ଯୋଗ ଶିକ୍ଷକ ସନ୍ଧ୍ୟା ରାନୀ ସାହୁ, ମନୋରମା ରାଉତ, ତପସ୍ଵିନୀ ସାହୁ, ଅନୁସୀୟା ବାରିକ, କୌଶଲ୍ୟା ପୃଷ୍ଟି, ସୀତା ମୁର୍ମୁ, ପ୍ରତିମା ଦାସ, ରେଣୁ ଖଣ୍ଡଲୱାଲ, କନକ ସ୍ୱାଇଁ, ସଲାନି ଟିଗା , ସୁଦ୍ଧା ବଡାଇକ, ସନ୍ଧ୍ୟା ବେହେରା, ଡ . ବୋନିଶିଖା ଚୌଧୁରୀ ଙ୍କ ସମେତ ବହୁ ଉପସ୍ଥିତ ଥିଲେ । କମ୍ୟୁନି୍ଟ ସେଣ୍ଟର ତରଫରୁ ସଫଳ କରିବା ପାଇଁ ସମସ୍ତ ସହଯୋଗ କରିଥିଲେ ବୋଲି ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି । 

Leave a Reply

Your email address will not be published. Required fields are marked *