Uncategorized

 ଉତ୍କଳମଣି ଗୋପବନ୍ଧୁ ଇନ୍ଷ୍ଟିଟ୍ୟୁଟ ଅଫ ଇଞ୍ଜିନୀୟରିଂ ଆଲୁମିନୀ ଆଶ୍ସୋସିଏସନ ର ବାର୍ଷିକ ସାଧାରଣ ପରିଷଦ ସଭା 

ରାଉରକେଲା,୨୮/୪ (ଉତ୍କଳ ସମାଚାର): ରାଉରକେଲା ର ପ୍ରତିଶ୍ଟିତ ଅନୁଷ୍ଠାନ ଉତ୍କଳମଣି ଗୋପବନ୍ଧୁ ଇନ୍ଷ୍ଟିଟ୍ୟୁଟ ଅଫ ଇଞ୍ଜିନୀୟରିଂ ଆଲୁମିନୀ ଆଶ୍ସୋସିଏସନ ର ବାର୍ଷିକ ସାଧାରଣ ପରିଷଦ ସଭା ୟୁଜିଆଇ ଅଡିଟୋରୀଇୟମ ପ୍ରେଖ୍ୟାଳୟ ପରିସରରେ ୨୮.୦୪.୨୦୨୪ ଦିନ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନ ର ସଭାପତି ଆଦିତ୍ୟ କୁମାର ମହାପାତ୍ର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସହ ସମ୍ପାଦକ ଶୁଭେନ୍ଦୁ ପଣ୍ଡା ,କୋଷାଧକ୍ଷ ଅନାଦି ଚରଣ ବିଶ୍ୱାଳ ଙ୍କ ସହିତ ବରିଷ୍ଠ ସଦସ୍ୟ ବୀରେନ୍ଦ୍ର ମହାନ୍ତି, ନୀଳମଣି ମହାପାତ୍ର, ବସନ୍ତ ସେନାପତି,ସତ୍ୟ ନାରାୟଣ ଦାସ, ଅଜୟ କୁମାର ମହାପାତ୍ର, ପଞ୍ଚାନନ ବେହେରା, ଧନେଶ୍ୱର ନନ୍ଦ, ଦିଲୀପ କୁମାର ମହାପାତ୍ର, ଉଲ୍ଲାସ ଭୁଜବଳ, ବସନ୍ତ ସ୍ୱାଇଁ, ସୁବ୍ରତ ଜେନା, ଭରତ ମହାପାତ୍ର,ବସନ୍ତ କୁମାର ସାହୁ ଲଲାଟେନ୍ଦୁ ନାୟକ, ଅରୁଣ ସେଠି ଇତ୍ୟାଦି ଉପସ୍ଥିତ ଥିଲେ | ସଭା ଆରମ୍ଭରେ ଅନୁଷ୍ଠାନ ର ସହ ସମ୍ପାଦକ ଶୁଭେନ୍ଦୁ ପଣ୍ଡା ବିଗତ ବର୍ଷର ବାର୍ଷିକ ବିବରଣୀ ପାଠକରି ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ ଓ ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଯଥା ଆଲୁମିନୀର ବାର୍ଷିକ ଉତ୍ସବ, ଇନ୍ଷ୍ଟିଟ୍ୟୁଟ ର ପ୍ରଥମ ବର୍ଷ ମେଟାଲର୍ଜି ଛାତ୍ରୀ ସୁପ୍ରିୟା ବେହେରାଙ୍କୁ ଅନୁଷ୍ଠାନ ତରଫରୁ ଗୋଟେ ବାଇ ସାଇକେଲ ପ୍ରଦାନ କରାଯାଇଥିଲା ଓ ଆଗାମୀ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ରକ୍ତ ଦାନ ଶିବିର, ସ୍ୱଚ୍ଛତା କାର୍ଯ୍ୟକ୍ରମ ଓ ତୃତୀୟ ବର୍ଷର ଛାତ୍ର ଓ ଛାତ୍ରୀ ମାନଙ୍କର ଭବିଷ୍ୟତରେ ବିଭିନ୍ନ କାରଖାନାରେ କର୍ମ ନିଯୁକ୍ତି ପାଇଁ ତାଙ୍କର ବ୍ୟକ୍ତିତ୍ୱର ବିକାଶ , ବ୍ୟକ୍ତିଗତ କୌଶଳ ଶିକ୍ଷାର ଅଭିବୃଦ୍ଧି ଏବଂ ଇଣ୍ଟରଭ୍ୟୁର ସମ୍ମୁଖୀନ ହେବାପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାପାଇଁ ବିଭିନ୍ନ ସମୟରେ କର୍ମଶାଳା ଅନୁଷ୍ଠିତ କରାଯିବାର ପ୍ରସ୍ତାବ ଆସିଥିଲା | ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ସବୁ ବ୍ରାଞ୍ଚ ର ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ପ୍ରଥମ, ଦ୍ୱିତୀୟ, ତୃତୀୟ ଛାତ୍ର ଓ ଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବରେ ସମ୍ମାନିତ କରିବା ଓ ତୃତୀୟ ବର୍ଷର ବିଭିନ୍ନ ବ୍ରାଞ୍ଚ ରେ ପ୍ରଥମ ସ୍ଥାନରେ ଉତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ଆର୍ଥିକ ପୁରସ୍କାର ସହିତ ବାର୍ଷିକ ଉତ୍ସବରେ ସମ୍ମାନିତ କରିବା ପାଇଁ ମଧ୍ୟ୍ୟ ପ୍ରସ୍ତାବକୁ ସର୍ବସମତି କ୍ରମେ ଗୃହୀତ ହୋଇଥିଲା | ଅନୁଷ୍ଠାନର କୋଷାଧକ୍ଷ ଅନାଦି ଚରଣ ବିଶ୍ୱାଳ ୨୦୨୩-୨୪ ବର୍ଷର ଅଡିଟେଡ଼ ଏକାଉଣ୍ଟ ଉପସ୍ଥାପନ କରିଥିଲେ ଓ ଆଲୋଚନା ପରେ ତାହା ସର୍ବସମତି କ୍ରମେ ପାରିତ ହୋଇଥିଲା | ଅଧିନିୟମ କମିଟି ଦ୍ୱାରା ଉପସ୍ଥାପନା ହୋଇଥିବା ଅନୁଷ୍ଠାନ ର ଅଧିନିୟମରେ କେତେକ ସଂଶୋଧନ ପ୍ରସ୍ତାବ ପାରିତ ହୋଇଥିଲା ଓ ସଭ୍ୟ ମାନଙ୍କର ଆଲୋଚନା ପରେ ସର୍ବସମ୍ମତି କ୍ରମେ ତାହା ଗୃହୀତ ହୋଇଥିଲା | ଆସନ୍ତା ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ କରିବାପାଇଁ ମନୋନୀତ ହୋଇଥିବା ନିର୍ବାଚନ ଅଧିକାରୀ ଆଡ଼ଭୋକେଟ ବୁଦ୍ଧିରାମ ସ୍ୱାଇଁ ଙ୍କ ତତ୍ୱାବଧାନରେ ନୂତନ କମିଟି ଗଠନ କରଯାଇଥିଲା | ଅନୁଷ୍ଠାନ ର ସଭାପତି ରୂପେ ଆଦିତ୍ୟ କୁମାର ମହାପାତ୍ର , କାଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ବେହେରା ଉପସଭାପତି ପ୍ରତାପ କୁମାର ସ୍ୱାଇଁ, ପ୍ରଫୁଲ୍ଲ କୁମାର ପ୍ରଧାନ, ଲଳିତେନ୍ଦୁ ମିଶ୍ର, ବୈଲୋଚନ ସାମଲ, ସଜଳ ବାନେର୍ଜୀ,ସସାଧାରଣ ସମ୍ପାଦକ ଶୁଭେନ୍ଦୁ ପଣ୍ଡା , ସମ୍ପାଦକ (ଅର୍ଗାନାଇଜିଙ୍ଗ ) ତାପସ କୁମାର ଜେନା , ସମ୍ପାଦକ (କଲଚରାଳ ) ପ୍ରସନ୍ନ ଆଚାର୍ଯ୍ୟ ,ସମ୍ପାଦକ (ୱେଲଫେଆର ) ନୀଳାମ୍ବର ମହାଳିକ,ସମ୍ପାଦକ (ଲିଆସନ ଓ ଡେଭଲପମେଣ୍ଟ ) ଅନାଦି ଚରଣ ବିଶ୍ୱାଳ,ସମ୍ପାଦକ (ପବ୍ଲିକ ରିଲେସନ ) ସୁଶାନ୍ତ କୁମାର ବଳ,କୋଷାଧକ୍ଷ ପ୍ରଭାତ ରଞ୍ଜନ ତ୍ରିପାଠୀ , ସହ କୋଷାଧକ୍ଷ ମନୋଜ କୁମାର ମହନ୍ତ ,କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ରୂପେ ପ୍ରଦୀପ କୁମାର ସାହୁ, କୋୖସ୍ତବ ପଣ୍ଡିତ, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ନୀଳମାଧଵ ପଟ୍ଟନାୟକ, ପଙ୍କଜ କୁମାର ସାମନ୍ତ, ଭଞ୍ଜ କିଶୋର ଜେନା, ପ୍ରଦୀପ କୁମାର ଜେନା, ଜିତେନ୍ଦ୍ର କୁମାର ଶତପଥୀ, ଡ଼କ୍ଟର ସୁଭାଷିନୀ ଜେନା ଓ ଜୟନ୍ତ କୁମାର ରାଉତରାୟ ମନୋନୀତ ହୋଇଥିଲେ | ୟୁଜିଆଇ ର ଅଧ୍ୟକ୍ଷ ମୁଖ୍ୟ ପୃଷ୍ଠପୋଷକ, ପୃଷ୍ଠପୋଷକ ରୂପେ ପ୍ରଭାତ ମହାପାତ୍ର,ସାରଦା ପ୍ରସାଦ ନାୟକ, ଜୁଏଲ ଓରାମ, ବିଶେଶ୍ୱର ଟୁଡୁ, ଡ଼କ୍ଟର ସୁରେନ୍ଦ୍ର ବିଶ୍ୱାଳ ଓ ପରାମର୍ଶଦାତା ରୂପେ ମେଜର ଚକ୍ରଧର ପରିଡା, ଡ଼କ୍ଟର ସମୀର ଆଚାର୍ଯ୍ୟ, ରାମ ଚନ୍ଦ୍ର ସାହୁ, ଡ଼କ୍ଟର ଯତୀନ ନାୟକ, ପଞ୍ଚାନନ ବେହେରା ମନୋନୀତ ହୋଇଥିଲେ | ୨୫ ଜଣ କାର୍ଯ୍ୟନିର୍ବାହୀ ପରିଷଦ ସଭ୍ୟ ଓ ୨୫ ଜଣ ସକ୍ରିୟ କାର୍ଯ୍ୟନିର୍ବାହୀ ସଦସ୍ୟ ସଭ୍ୟ ଭାବେ ମନୋନୀତ କରାଯାଇଥିଲା । ଏହି ସଭାକୁ ଶିବ ପ୍ରସାଦ ସାହୁ, ଜଗନ୍ନାଥ ଜେନା, ପ୍ରଦୀପ୍ତ କୁମାର ସାହୁ, ଆଲୋକ ସିଂ,ରତ୍ନାକର ଖଣ୍ଡୁଆଳ ଓ ଅନ୍ୟାନ୍ୟ ସଭ୍ୟ ମାନେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *