Uncategorized

ରାଉରକେଲା ଓକିଲ ସଂଘ ପକ୍ଷରୁ ୧୭୬ ତମ ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳନ

ରାଉରକେଲା, ୨୮/୪ (ଉତ୍କଳ ସମାଚାର): ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ୧୭୬ ତମ ଜନ୍ମଜୟନ୍ତୀ ଓ ଆଇନଜୀବୀ ଦିବସ ଆଜି ରାଉରକେଲା ଓକିଲ ସଂଘ ପକ୍ଷରୁ ଉଦିତନଗର ସିଭିଲ କୋର୍ଟ ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ହାଇକୋର୍ଟ ର ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ, ସମ୍ମାନୀୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ମାନ୍ୟବର ସଦସ୍ୟ ଶ୍ରୀଯୁକ୍ତ ପୀତବାସ ପଣ୍ଡା, ମୁଖ୍ୟବକ୍ତା ରୂପେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଇନ୍ ବିଭାଗ ( ସ୍ନାତକୋତ୍ତର) ର ଶ୍ରୀଯୁକ୍ତ ପ୍ରୟାସ ଦଣ୍ଡସେନା ଯୋଗଦେଇଥିଲେ। ରାଉରକେଲା ଓକିଲ ସଂଘର ସଭାପତି ସଦାନନ୍ଦ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ସଂଘର ସଂପାଦକ ଦେବାନନ୍ଦ ତନ୍ତୀ ସଂପାଦକୀୟ ବିବରଣୀ ପାଠ କରିଥିଲେ। ପରିବର୍ତ୍ତନଶୀଳ ସାମ୍ବିଧାନିକତା: ଭାରତର ଅଭିଜ୍ଞତା ଓ ଶିକ୍ଷା ଶୀର୍ଷକ ବିଷୟବସ୍ତୁରେ ଉପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଶ୍ରୀ ଦଣ୍ଡସେନା ବକ୍ତବ୍ୟ ରଖି ଭାରତୀୟ ସମ୍ବିଧାନ ଓ ତା’ର ମୌଳିକତା କୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ଆଇନଜୀବୀ ମାନେ କାର୍ଯ୍ୟକରିବାକୁ ଆହ୍ୱାନ କରିଥିଲେ।      ସମ୍ମାନୀୟ ଅତିଥି ଶ୍ରୀ ପଣ୍ଡା ମଧୁବାବୁଙ୍କ ଜନ୍ମଜୟନ୍ତୀ ରେ ରାଉରକେଲା ଓକିଲ ସଂଘ ପକ୍ଷରୁ ସଂଗଠିତ କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହିତ ମଧୁବାବୁ ଙ୍କ ସ୍ମୃତି ଚାରଣ କରିଥିଲେ।    ମୁଖ୍ୟ ଅତିଥି ଜଷ୍ଟିସ ଚିତ୍ତରଞ୍ଜନ ଦାଶ ବକ୍ତବ୍ୟ ରଖି ଆଇନଜୀବୀ ପେଶାରେ ଯୋଗ ଦେଉଥିବା ନବାଗତ ମାନେ ପେଶାର ମହନୀୟତା କୁ ବୁଝିବା ସହିତ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ସଂଘର ବରିଷ୍ଠ ସଦସ୍ୟ ସୁଜୟ ପାଣି, ଗିରିଶ ମହାପାତ୍ର,ରାମ ପ୍ରସାଦ ପଟ୍ଟନାୟକ ବକ୍ତବ୍ୟ ପ୍ରଦାନ କରିଥିଲା ବେଳେ ବରିଷ୍ଠ ସଦସ୍ୟ ଡି ଏନ୍ ପଣ୍ଡା, ଦିନବନ୍ଧୁ ଭୋଳ ଓ ଏମ୍ ଡି ରଫିକ ଅତିଥି ମାନଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ମାନୀତ କରିଥିଲେ। ମୁଖ୍ୟ ଅତିଥି ଜଷ୍ଟିସ ଦାଶ ସଂଘର ୧୨ ଜଣ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମିଶ୍ର,ଇନ୍ଦ୍ରବିଳାଶ ପଟେଲ୍, ପଞ୍ଚାନନ ଶତପଥୀ, ବିଷ୍ଣୁ ମହାନ୍ତି,ଅନନ୍ତ ଚରଣ ବିଷୋଇ, ଗିରିଶ କୁମାର ପରିଡ଼ା, କୁଲଦୀପ ସିଂହ,ଆନନ୍ଦ କୁମାର ଅଗ୍ରୱାଲ,ବଙ୍କିମ ଚନ୍ଦ୍ର ପଟେଲ୍, ସତ୍ୟନାରାୟଣ ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବିଚିତ୍ରାନନ୍ଦ ପଭୀହାରୀ ପ୍ରମୁଖ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ୨୦୨୩ ମସିହାରେ ସଂଘରେ ଯୋଗଦେଇଥିବା ୫୩ ଜଣ ନବାଗତ ଆଇନଜୀବୀ କୁ ସ୍ବାଗତ କରାଯାଇଥିଲା ବେଳେ କାର୍ଯ୍ୟକ୍ରମ ର ସ୍ମରଣିକା କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ଶେଷରେ ରାଉରକେଲା ଓକିଲ ସଂଘର ଉପ ସଭାପତି ରାଜ କିଶୋର ପ୍ରଧାନ ଧନ୍ୟବାଦ ପ୍ରସ୍ତାବ ଉପସ୍ଥାପନ କରିବା ସହିତ ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ମୁଖ୍ୟ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାର୍ଯ୍ୟକାରୀ କମିଟି ସଦସ୍ୟ ଅନନ୍ତ ନାରାୟଣ ସାହୁ ଓ ବନ୍ଦନା ପଣ୍ଡା ଙ୍କ ମିଳିତ ସଂଯୋଜନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମର ରେ ସଂଘର ଯୁଗ୍ମ ସଂପାଦକ ଅନୁସୁରୁ ହରି ଦୋରା,ସହ ସଂପାଦକ ଅଞ୍ଜନା ଗହୀର,ସହ ସଂପାଦକ ଗୁରୁ ଚରଣ ଖୁଣ୍ଟିଆ, କୋଷାଧ୍ୟକ୍ଷ ଉପେନ୍ଦ୍ର ଶତପଥୀ, କାର୍ଯ୍ୟକାରୀ କମିଟି ସଦସ୍ୟ ବ୍ରଜେଶ କୁମାର ମିଶ୍ର, ସୁଶାନ୍ତ କୁମାର ନାୟକ, ସନ୍ତୋଷ କୁମାର ତ୍ରିପାଠୀ, ଧିରେନ୍ଦ୍ର ପ୍ରସାଦ ଦାସ, ମେରୀ ମ୍ୟାକ୍ସିମା ଏକ୍କା, ସୁମିତା ନନ୍ଦ, ଉଦୟ ଲାକ୍ରା, ଏମ୍ ମାଲେଶ୍ଵରମ,କୋମଲ ସାହୁ,ଅର୍ଣପୂର୍ଣା କୁମ୍ଭାର,ସରୋଜ ମହାପାତ୍ର,ମାନସ ରଞ୍ଜନ ପଣ୍ଡା, ଅକ୍ଷୟ ସାହୁ, ସୁରଜ୍ ସେନଗୋ ବେସରା,ବନଜ୍ୱସ୍ନା ସାମନ୍ତରାୟ,ଅଜୟ ମହାନ୍ତି,ସୁରେଶ ମାଝୀ, ଶାନ୍ତନୁ ଦାସ୍, ବିସ୍ମୟ ଦାସ, ନିହାର ରଂଜନ ସିଂହ,ରୁପେଶ ଲାଲ୍, ସନ୍ୟାସୀ ନନ୍ଦ ପ୍ରମୁଖ ବହୁ ଆଇନଜୀବୀ କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *