ମହାନଗରମୁଖ୍ୟ ଖବରରାଜ୍ୟ

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ

ରାଉରକେଲା, ୧୧/୧ (ଉତ୍କଳ ସମାଚାର): ଚଳିତ ବର୍ଷ ରାଉରକେଲା ଠାରେ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଵୈଠକରେ ଚଳିତ ବର୍ଷ ରାଉରକେଲାଠାରେ ମହାସମାରୋହ ତଥା ଶାନ୍ତି ପୂର୍ଣ୍ଣ ଭାବରେ ସ୍ବାଧୀନତା ଦିବସ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ।   ଆଜିର ଏହି ବୈଠକ ରେ ଆନୁଷଙ୍ଗିକ ବ୍ୟବସ୍ଥା, ଯଥା ପ୍ୟାରେଡ ପଡିଆରେ ସାଜସଜ୍ଜା, ସଫେଇ, ପାନୀୟ ଜଳ ଯୋଗାଣ, ଅଭ୍ୟାସ ପ୍ୟାରେଡ , ଟ୍ରାଫିକ ନିୟନ୍ତ୍ରଣ, ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଲୋଚନା କରାଯାଇଥିଲା। ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନଙ୍କୁ ଏହି କାର୍ଯ୍ୟ ସମ୍ପାଦନା ଉପରେ ଗୁରୁତ୍ବ ଦେବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ନିର୍ଦ୍ଦେଶ ଦେଇଥିଲେ। ୨୬ ଜାନୁଆରୀ ଦିନ ପ୍ରାତଃକାଳ ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ଯୋଗେ ସକାଳ ୫ ଘଟିକା ସମୟରେ ରାମଧୂନ ପରିବେଷଣ କରାଯିବା ସହ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସକାଳ ୬.୩୦ ଘଟିକାରେ ପ୍ରଭାତ ଫେରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରା ଯାଇଛି। ସକାଳ ୭.୩୦ ମିନିଟ ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନମାନଙ୍କରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯିବ।     ସ୍ଥାନିୟ ଉଦିତନଗର ପଡିଆ ଠାରେ ସକାଳ ୮.୩୦ ଘଟିକା ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିବେ ଏବଂ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ। ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ କରିବାର ନିଷ୍ପତ୍ତି ନିଆଯାଇଛି। । ଏହି ଅବସର ରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ , ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଲିଖନ, ବକ୍ତତା, ଦେଶାତ୍ମବୋଧକ ସଂଗୀତ ଗାନ ଆଦି ଆୟୋଜନ କରିବାକୁ ସ୍ଥିର କରାଗଲା। ବିଭିନ୍ନ କ୍ଷେତ୍ର ରେ, କ୍ରୀଡା, ସଂସ୍କୃତି, ଶିକ୍ଷା ସମାଜ କ୍ଷେତ୍ର ରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷମାନଙ୍କୁ ସହ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମ୍ମାନିତ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା।  ଏହି ବୈଠକରେ ପାନପୋଷ ଡେପୁଟି କଲେକ୍ଚର ଅର୍ପିତା ମହାନ୍ତି, ଅତିରିକ୍ତ ଅାଚଂଳିକ ପରିବହନ ଅଧିକାରୀ ଟିପୁ ସିଂହ,ଆରଏମସି ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ ମହାନ୍ତି, ଆରଜିଏଚ ମହାପ୍ରବନ୍ଧକ ମୋହିତ ଶ୍ରୀବାସ୍ତବ, ଆରଏସପି ସୋସିଆଲ େଓ୍ବଲଫେୟର ର ଡି ଭାଟିଆ ଓ ସିଜିଏମ (ସହର ସେବା) ଜେ ପି ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ସମେତ ବିଭିନ୍ନ ବିଭାଗର ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *