ମହାନଗରମୁଖ୍ୟ ଖବରରାଜ୍ୟ

ବିଧାୟକଙ୍କ ଘର ନିକଟରେ ହିଲ୍ ଟପ୍ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

ରାଉରକେଲା, ୧୧/୧ (ଉତ୍କଳ ସମାଚାର): ରାଉରକେଲା ୨୦ ନମ୍ବର ସ୍ଥିତ ହିଲ୍ ଟପ୍ ବସ୍ତିର ଲୋକମାନେ ଗୁରୁବାର ଦିନ ରଘୁନାଥପାଲି ବିଧାୟକଙ୍କ ଘର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବସ୍ତି ଖାଲି କରିବାକୁ ରାଉରକେଲା ଇସ୍ପାତ କାରଖାନା ସହର ସେବା ପ୍ରଶାସନ ପକ୍ଷରୁ ନୋଟିସ ପାଇବା ପରେ ବସ୍ତି ବାସିନ୍ଦା ସେମାନଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଆଗେ ଥଇଥାନ ପରେ ଉଚ୍ଛେଦ ଦାବିରେ ବିଧାୟକଙ୍କ ଘର ସମ୍ମୁଖରେ ବସ୍ତି ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ମଧ୍ୟ ବସ୍ତିବାସିନ୍ଦାମାନଙ୍କ ସହ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଳ ହୋଇଥିଲେ ।ବିଧାୟକ ସୁବ୍ରତ ତାରାଇ ଏବେ ଭୁବନେଶ୍ୱରରେ ଥିବାରୁ ଫୋନ ମାଧ୍ୟମରେ ବସ୍ତିର କେତେକ ଲୋକଙ୍କ ସହ କଥା ହୋଇଥିଲେ । ଆସନ୍ତାକାଲି ବିଧାୟକ ପହଚିଂ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Leave a Reply

Your email address will not be published. Required fields are marked *