Uncategorized

ବିଜେପି ହାରିବା ଭୟରେ ବିଜେଡି ପ୍ରାର୍ଥୀଙ୍କପ୍ରାର୍ଥିତ୍ଵ ରଦକରିବାପାଇଁ କଟକ ବରିଷ୍ଠ ଆଇନିଜୀବୀଙ୍କ ମିଥ୍ୟା ଆରୋପ ଓ ଷଡଯନ୍ତ୍ର ।


ରାଉରକେଲା // ୦୪/୦୫/୨୪ ///(ଉତ୍କଳ ସମାଚାର) //ରାଉରକେଲା ବିଧାନସଭା ନିର୍ବାଚନପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା,ନିଜ କ।ର୍ଜୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲକରିଥିବା ପ୍ରାର୍ଥୀମାନଙ୍କର ପ୍ରାର୍ଥୀପତ୍ର ଯାଞ୍ଚ ଦିବସ ରେ ପ୍ରଥମ ରାଉଣ୍ଡ ଆଲୋଚନା ରେ ବିଜେପି ପକ୍ଷରୁ କଟକ ହାଇକୋଟର ବରିଷ୍ଠ ଆଇନିଜୀବୀଙ୍କୁ ଅଣାଯାଇ ଯେଉଁଭଳିଭାବରେ ବିଜେଡି ପ୍ରାର୍ଥୀଙ୍କ ସତ୍ୟପାଠକୁ ମିଥ୍ୟାକହି ପ୍ର।ଥିତ୍ବକୁ ରଦ କରିବାପାଇଁ ଯୁକ୍ତି ବ।ଢି ଥିଲେ,ବିଜେଡ଼ିର ସ୍ଥାନୀୟ ଆଇନିଜୀବୀ ମାନେ ଏହାର ଘୋର ବିରୋଧକରି ସତ୍ୟପାଠ ସଠିକ ଅଛିବୋଲି ଯୁକ୍ତି ଦର୍ଶାଇଥିଲେ । ପରେ ଦୁତୀୟ ରାଉଣ୍ଡ ଆଲୋଚନାରେ ବିଜେଡି ପ୍ରାର୍ଥୀଙ୍କର ସମର୍ଥକ ମାନେ ଉପସ୍ଥିତ ଥିଲାବେଳେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଯୁକ୍ତିବ।ଢୁଥିବା ଆଇନିଜୀବୀ ଏବଂ ବ୍ୟକ୍ତିବିଶେଷ ମାନେ କେହି ଉପସ୍ଥିତ ନଥିଲେ । ରାଉରକେଲା ବିଜେପି, ହାରିବା ଭୟରେ ଯେଉଁଭଳିଭାବେ ଚକ୍ରାନ୍ତକରି ବରିଷ୍ଠ ଆଇନିଜୀବୀ ବିଭିର୍ଣ ଗଣମାଧ୍ୟମ ଦ୍ଵାରା ମିଥ୍ୟା ପ୍ରଚାର କରି ରାଉରକେଲା ଜନମାନସଙ୍କୁ ବିଭ୍ରାନ୍ତ କରିଛନ୍ତି,ରାଉରକେଲା ବିଜୁ ଜନତା ଦଳ ପକ୍ଷରୁ ଘୋର ନିନ୍ଦା କରିବାସଙ୍ଗେ ସଙ୍ଗେ ସତ୍ୟର ବିଜୟ ହେବା ସହିତ ରାଉରକେଲା ବ।ସି ଏହାର ଉଚିତ ଜବାବ ଦେବେ ବୋଲି,ମୁଖ ପାତ୍ର ଜୟନ୍ତ କୁମାର ମିଶ୍ର ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *