Uncategorized

ଶେଷ ଦିନରେ ବିଧାନସଭା ପାଇଁ 30  ଓ ଲୋକ ସଭା ପାଇଁ 4 ଜଣପ୍ରାର୍ଥୀ  ଦାଖଲ କଲେ ପ୍ରାର୍ଥିପତ୍ର 

ସୁନ୍ଦରଗଡ,୪/୫ (ଉତ୍କଳ ସମାଚାର):  ସାଧାରଣ ନିର୍ବାଚନ ୨୦୨୪  ନିମନ୍ତେ ସୁନ୍ଦରଗଡ ଜିଲ୍ଲା ର ସାତ ବିଧାନସଭା ଆସନ  ଓ ଗୋଟିଏ ଲୋକ ସଭା ଆସନ ପାଇଁ ଆଜି ୩୪ ଜଣ ନାମାଙ୍କନ ଦାଖଲ କରିଛନ୍ତି l   ଆଜି େଶଷଦିନରେ  ବିଧାନ ସଭା  ଆସନ ପାଇଁ ୩୦ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଲୋକସଭା ଆସନ ପାଇଁ  ୪ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଆଜି ସୁନ୍ଦରଗଡ ଲୋକସଭା ଆସନ ପାଇଁ ନିର୍ଦ୍ଦଳୀୟ ପ୍ରାର୍ଥୀ ଦେଖୁ ତୁରଓ୍ବାର , ନବଭାରତ ନିର୍ମାଣ ସେବା ଦଳର  ସନ୍ତୋଷ ଜୁରା , ଝାରଖଣ୍ଡ ପାର୍ଟୀର ପାରୁଆ ଏକ୍କା ଓ ମାନସ ଲୋକଶକ୍ତି ଦଳର କୁଳମଣି ନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସେମାନେ ରିଟର୍ଣିଂ ଅଧିକାରୀ ତଥା ଜିଲ୍ଲାପାଳ ସୁନ୍ଦରଗଡ  ପରାଗ ହର୍ଷଦ ଗାଭାଲୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ସେହିପରି ତଲସରା ବିଧାନ ସଭା ଆସନ ପାଇଁ ମୋ ଦଳ ଅନିଲ କୁମାର ବାର୍ଲା ,  ଓଡିଶା ପ୍ରଗତି ଦଳର ଦାମୋଦର  ଭିତରିଆ ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ବିକ୍ରମ ଟପ୍ପୋ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବଣାଇଁ ବିଧାନ ସଭା ଆସନ ପାଇଁ ଆଜି ୬ଜଣ ପ୍ରାର୍ଥୀ  ନାମାଙ୍କନ ଦାଖଲ କରିଛନ୍ତି l ବିଜେପି ପ୍ରାର୍ଥୀ  େସବତି ନାୟକ ଓ ଏଜେଏସୟୁ ଦଳର ନବୀନ ଚନ୍ଦ୍ର କିସାନ  ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ  ମାଙ୍ଗା  ଓରମ, ବାଜି କିସାନ, ସୁଶିଲ ହୁରାଦ, ହରିହର କିସାନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ଅର୍ଚ୍ଚନା ରେଖା ବେହେରା , ସଂପୂର୍ଣ୍ଣ ଭାରତ କ୍ରାନ୍ତୀ ଦଳର ପ୍ରିତୀ ନାଗ, ନେସନାଲ ଅପନି ପାର୍ଟୀର ପ୍ରାର୍ଥୀ ଶ୍ରୀକାନ୍ତ ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଦାଉଦ ବୁର ,ମହାଗୋ ଦେବୀ କୋଇଲି ଭଗତ, ଅନିଲା ଧନଓ୍ବାର ,  ପ୍ରସନ କୁମାରୀ କୁଲୁ, ରାଜେଶ କେରକେଟା ଓ    ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ନିହାର ସୁରିନ ଝାରଖଣ୍ଡ ମୁକ୍ତି ମୋର୍ଚା ଦଳ ପକ୍ଷରୁ   ଅନିଲ କୁମାର ଜାଟେ ନେଶନାଲ ଅପନି ପାର୍ଟୀ ଓ ଇସାକ ଜୋଜୋ ଝାରଖଣ୍ଡ ପାର୍ଟୀ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l ରାଉରକେଲା ବିଧାନ ସଭା ଆସନ ପାଇଁ  ଭାରତୀୟ ଯବାନ କିସାନ ଦଳର ନିର୍ମଳ କୁମାର ଦାସ, ଇଣ୍ଡିୟାନ ସିଟିଜନ ପାର୍ଟୀ ର  କମଲ କିଶୋର ଅଗ୍ରଓ୍ବାଲ,  କୋଶଳ ଜନତା ଦଳ ତରଫରୁ  ସ୍ବରୂପ  ମିଶ୍ର, ନେଶନାଲିଷ୍ଟ କାଂଗ୍ରେସ ପାର୍ଟୀ ପ୍ରାର୍ଥୀ ରାଜ କୁମାର ୟାଦବ , ଏଜେଏସୟୁ ର ମିଲନ ଚନ୍ଦ୍ର ମହାନ୍ତ ଏବଂ  ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଧ୍ରୁବ ଚରଣ ବେହେରା, ଥୋମସ ଡୁଙ୍ଗଡୁଙ୍ଗ , ନିହର ରାୟ ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି lଏହିପରି ରାଜଗାଗଂପୁର ବିଧାନ ସଭା ଆସନ ପାଇଁ  ଆଜି ନିର୍ଦ୍ଦଳୀୟ ପ୍ରାର୍ଥୀ  ଅନୁଗ୍ରହିତ ମିଂଜ  ଓ  ଗ୍ରେଗୋରି ମିଂଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ା

Leave a Reply

Your email address will not be published. Required fields are marked *