ମହାନଗରମୁଖ୍ୟ ଖବରରାଜ୍ୟ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ନବରଙ୍ଗପୁର,୧୩/୧ (ଉତ୍କଳ ସମାଚାର) (ନରସିଂ ବାଘ): ମହିଳା ସ୍ନାତକ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୋଗ ପ୍ରଶିକ୍ଷକ ଶ୍ରୀ ଭୁବନ ହରିଜନଙ୍କ ଦ୍ୱାରା ଯୋଗ ପ୍ରାଣାୟାମ ର ଆୟୋଜନ କରାଯାଇଥିଲା l ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟ ପରିସର ସଫେଇ ସାଙ୍ଗକୁ ସଡକ ସୁରକ୍ଷା ରାଲି କରାଯାଇ ହେଲମେଟ ପିନ୍ଧିଥିବା ଲୋକଙ୍କୁ ଚକୋଲାଟେ ପ୍ରଦାନ ପୂର୍ବକ ଉତ୍ସlହିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବାଗ୍ମୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼କ୍ଟର ବିଜୟ ମିଶ୍ର ଯୋଗଦେଇ ବିବେକାନନ୍ଦଙ୍କ ସ୍ମୃତିଚାରଣ କରିଥିଲେ l ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ସଂଯୋଜିକା ଡ଼କ୍ଟର ସଂଯୁକ୍ତା ପଣ୍ଡା ଯୋଗଦେଇ ସମାଜ ଗଠନରେ ଯୁବ ଗୋଷ୍ଠୀର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ l ସମ୍ମାନିତ ଅତିଥି ଭାବେ ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିନୋଦ ବିହାରୀ ପ୍ରଧାନ ଯୋଗଦେଇ ସ୍ବେଚ୍ଛାସେବୀ ଙ୍କୁ ଉତ୍ସlହିତ କରିଥିଲେ l ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସୁନୀତା ପାତ୍ର ଯୋଗ ଦିବସର ମହତ୍ବ ବିଷୟରେ ଅବଗତ କରାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଯଥା ନୃପେନ୍ଦ୍ରନାଥ ଖୋସଲା, ରଞ୍ଜୁଷା କୁମାରୀ ପ୍ରହରାଜ, ଲକ୍ଷ୍ମୀକାନ୍ତ ସୌରାଙ୍କ ସମେତ ବହୁସଂଖ୍ୟାରେ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ l ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁଙ୍କ ପ୍ରେରଣାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିବାରୁ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ସ୍ବେଚ୍ଛାସେବୀଙ୍କ ତରଫରୁ ସାଧୁବାଦ ଦିଆଯାଇଥିଲା l

Leave a Reply

Your email address will not be published. Required fields are marked *