ମହାନଗରମୁଖ୍ୟ ଖବରରାଜ୍ୟ

ଓଏସଏପି ହାଇସ୍କୁଲ ର ୩୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା,୧୫/୧ (ଉତ୍କଳ ସମାଚାର): ନୟାବଜାର ସ୍ଥିତ ଓଏସଏପି ହାଇସ୍କୁଲ ର ୩୧ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକ ଙ୍କ ସଭାପତିତ୍ବ ଓ ବରିଷ୍ଠ ଶିକ୍ଷକ ଉମାକାନ୍ତ କରଣ ଙ୍କ ସଂଯୋଜନାରେ ଆୟୋଜିତ ଏହି ବାର୍ଷିକୋତ୍ସବ ରେ ଓଏସଏପି ଚତୁର୍ଥ ବାଟାଲିୟନର ଦୁର୍ଗପତି ପ୍ରମୋଦ କୁମାର ଜେନା ମୁଖ୍ୟଅତିଥି , ସମ୍ମାନିତ ଅତିଥି ଭାବେ ବିଶ୍ରା ବ୍ଲକ ଶିକ୍ଷାଧିକାରୀ ବେଣୁଧର ସ୍ବାଇଁ, କୁତ୍ରା ବ୍ଲକ ଶିକ୍ଷାଧିକାରୀ ଶରତ କୁମାର ପତି, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ତଥା ମୁଖ୍ୟବକ୍ତା ଭାବେ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ଓ ଅନ୍ୟତମ ଅତିଥି ଭାବେ ବିଦ୍ୟୁତକଲୋନୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂହ, ସିଆରସିସି ହରିହର ବେହେରା, ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ, ହାବିଲଦାର ସିପାହୀ ସଂଘର ସଭାପତି ସୂର୍ଯ୍ୟକାନ୍ତ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଶୋଇକି ସ୍ବପ୍ନ ଦେଖନାହିଁ, ସଜାଗ ରହି ସ୍ବପ୍ନ ଦେଖ ତଥା ଛାତ୍ର ଛାତ୍ରୀଙ୍କୁ ପଢ଼ିବା ସହ କ୍ରୀଡ଼ା କୁ ମଧ୍ୟ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ ବିଦ୍ୟାଳୟ ଏକ ଫଳନ୍ତି ଗଛ। ଯିଏ ମିଠାଫଳ ଦିଏ ତାକୁ ସମସ୍ତେ ପସନ୍ଦ କରିଥାନ୍ତି। ତେଣୁ ଏହି ଅନୁଷ୍ଠାନ ରୂପକ ଫଳଗଛ ରୁ ମିଠାଫଳ ତିଆରି କରିବା ଯାହା ଗୁଣଗ୍ରାହୀ ହୋଇପାରିବ। ସେହିପରି ଅଧିକ ଭାଷା ଜାଣିଲେ ଚେତନା ବୃଦ୍ଧି ହୁଏ। ଅନ୍ୟ ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ ସମୟାନୁବର୍ତ୍ତିତା, ଶିକ୍ଷା ପ୍ରତି ପ୍ରତିବଦ୍ଧତା ଓ ସଂସ୍କାରୀ ହେବା ତଥା ଖେଳକୁଦ ପ୍ରତି ଆଗ୍ରହ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପ୍ରାକ୍ତନ ଛାତ୍ରୀ ଅର୍ପିତା ବେହେରା ବକ୍ତବ୍ୟ ରଖିଥିଲେ। ସଭାପତି ଶ୍ରୀ ନାୟକ ସ୍ବାଗତ ଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅବସର ନେଇଥିବା ଶିକ୍ଷକ ବିକାଶ ଚନ୍ଦ୍ର ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅର୍ଚ୍ଚନା ମିଶ୍ର, ସୁଶାନ୍ତ କୁମାର ବିଶ୍ବାଳ, ପ୍ରତାପ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ରବିନାରାୟଣ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର ପାଣି, ଅରୁଣ କୁମାର ସ୍ବାଇଁ, ହିମାଦ୍ରୀ ମହନ୍ତ, ବିଜୟ ରଥ ଙ୍କ ସମେତ ବହୁ ଶିକ୍ଷକ ଓ ଅଭିଭାବକ ଯୋଗ ଦେଇଥିଲେ। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *