ମହାନଗରମୁଖ୍ୟ ଖବରରାଜ୍ୟ

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା,ରାଉରକେଲ।

ରାଉରକେଲା,୧୫/୧ (ଉତ୍କଳ ସମାଚାର): ପବିତ୍ର ଭାରତ ଭୂମିରେ ଆମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ପ୍ରତିଷ୍ଠା ଚଳିତ ମାସ ୨୨ ତାରିଖରେ ଆଯ୍ୟୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପବିତ୍ର ଅବସର କୁ ଧ୍ୟାନରେ ରଖି ଆଜି ସେକ୍ଟର ୩ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣକୁ ସଫା କରିବା ସହିତ ସ୍ଵୟଂ ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ଧୌତ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ସଭା ନେତ୍ରୀ ଶ୍ରୀମତି ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା, ରାଜ୍ୟ ଅନୁସୂଚୀତ ଜାତି ଉପସଭାପତି ଦୁର୍ଗା ତନ୍ତୀ , ଭ୍ରମରବର ବେହେରା , ଶଶାଙ୍କ ଜେନା, ବସନ୍ତ ସାମଲ, ମନୋଜ୍ ସେନାପତି, ବ୍ୟାସଦେବ ନାଥ, ମନୋରଞ୍ଜନ ମୁନି, ଅଶୋକ ଲେଙ୍କା, ମନୋଜ୍ ପଟ୍ଟନାୟକ, ପ୍ରମୋଦ ପାଢ଼ୀ, ଅଭିନାସ ଜେନା, ଶ୍ରୀକାନ୍ତ ପାଢ଼ୀ, ସୋନୁ ନାୟକ, ସଞ୍ଜୟ ସାହୁ, ରଞ୍ଜିତା କିଷ୍ପଟା , ନମ୍ରତା ବାଗ, ଚନ୍ଦନ ବେହେରା, ପରେମଶ୍ବର ସେନାପତିଙ୍କ ସମେତ ଶତାଧିକ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ । ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ ମନ୍ଦିର ପ୍ରାଙ୍ଗଣ କୁ ଧୌତ କରାଯାଇ ଥିଲା। ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନର ସଂଯୋଜକ ଆଲୋକ ନାୟକଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ କରାଯାଇ ଥିଲା ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ।

Leave a Reply

Your email address will not be published. Required fields are marked *