ମହାନଗରମୁଖ୍ୟ ଖବରରାଜ୍ୟ

ରାଉରକେଲା ଉଠା ଜଳସେଚନ ନିଗମ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳିତ

ରାଉରକେଲା,୧୬/୧ (ଉତ୍କଳ ସମାଚାର): – ରାଜ୍ୟ ଜଳ ସମ୍ପଦ ବିଭାଗ ଅଧିନସ୍ତ ଉଠା ଜଳସେଚନ ନିଗମ, ରାଉରକେଲା ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ଆଜି ସ୍ଥାନୀୟ ଉଦିତନଗର ଆଇ.ଟି.ଡି.ଏ ହଲ ଠାରେ ପାଳିତ ହୋଇଯାଇଛି l ଏଥିରେ ରାଜ୍ୟ ଶ୍ରମ ଓ ଇ.ଏସ.ଆଇ ବିଭାଗ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ସେ ତାଙ୍କ ବକ୍ତବ୍ୟ ରେ କହିଲେ ଯେ ପ୍ରତି ପଚାୟତ ରେ ଲୋକ ଙ୍କ ଘରକୁ ଘର ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସାଙ୍ଗକୁ ଚାଷ ଜମିକୁ ଜଳ ସେଚନ କରିବା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରିଆସୁଛନ୍ତି l ନିଗମ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀ ତଥା ଜନ ସଚେତନତା ସୃଷ୍ଟି ପାଇଁ ଯେଉଁ ପାଣି ପଂଚାୟତ ପକ୍ଷ୍ୟ ପାଳନ କରାଯାଇଆସୁଛି ତାହା ସ୍ୱାଗତ ଯୋଗ୍ୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ l ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ସେ ଆଲୋକପାତ କରିଵା ସହ କୃଷକ ମାନଙ୍କ ବିକାଶରେ ଓଡିଶା ର ପ୍ରଗତି ହୋଇପାରିବ ବୋଲି ଶ୍ରୀ ନାୟକ କହିଥିଲେ l ନିଗମ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ସ୍କୁଲ ସ୍ତରୀୟ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପୁରସ୍କୃତ କରିଥିଲେ l ଯେଉଁ ପ୍ରକଳ୍ପ ଗୁଡିକ 20ରୁ 25ବର୍ଷ ଅତିକ୍ରମ କରିଛି ଏବଂ ପାଇପ ଲାଇନ ଓ ମଟର ଖରାପ ହୋଇଯାଇଛି,ସେଗୁଡିକୁ ବଦଳାଇଵା ନେଇ ଚାଷୀ ମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପଦକ୍ଷେପ ନେବାକୁ ଦାବି କରିଥିଲେ l ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ବିଭିନ୍ନ ପ୍ରକଳ୍ପ ର ତଦାରଖ, ନିୟମିତ ଜଳକର ଆଦାୟ, ଠିକ ସମୟରେ ବିଦ୍ୟୁତ ବିଲ ପୈଠ ପ୍ରଭୃତି ସମ୍ପର୍କ ରେ ଚାଷୀ ଓ ପାଣି ପଂଚାୟତ କର୍ମକର୍ତା ଦୃଷ୍ଟି ଦେବାକୁ ସେ ନିବେଦନ କରିଥିଲେ l  ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ରିଲିଜିଅସ ବେକ, କୃଷି ବିଜ୍ଞାନ କେନ୍ଦ୍ର, ପାନପୋଷ ର ବୈଜ୍ଞାନିକ ସଞ୍ଜୟ କୁମାର ପ୍ରଧାନ, ଉଦ୍ୟାନ ବିଭାଗ ସହକାରୀ ନିର୍ଦେଶକ ଦୁଷ୍ମନ୍ତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ବିଭାଗ ର ଯୋଜନା ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ବିଭାଗୀୟ ସହକାରୀ ଯନ୍ତ୍ରୀ ତିରୁପତି ନନ୍ଦ ଓ ଅନ୍ୟ ଷ୍ଟାଫ ମାନେ ସହଯୋଗ କରିଥିଲେ l ଏଥିରେ ପାନପୋଷ ଡ଼ିଭିଜନ ଅଂଚଳର ବହୁ ଚାଷୀ ଯୋଗ ଦେଇଥିଲେ l ଏହି ପକ୍ଷ ଚଳିତ ମାସ 30ତାରିଖ ପର୍ଯ୍ୟନ୍ତ ଚାଲିବ

Leave a Reply

Your email address will not be published. Required fields are marked *