ଖେଳମୁଖ୍ୟ ଖବରରାଜ୍ୟ

ଜାନୁଆରି ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ମହିଳା ଉଷୁ ଲିଗ୍

ରାଉରକେଲା ୧୬/୧,(ଉତ୍କଳ ସମାଚାର): ଆସନ୍ତା ଜାନୁଆରୀ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଅନ୍ତର୍ଗତ ମହିଳା ଉଷୁ ଲିଗ୍ ପ୍ରତିଯୋଗୀତା କୋଇମ୍ବାଟୁରର କେପିଆର୍ ଇଂଜିନିୟରିଂ କଲେଜ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି। ଏଥିପାଇଁ ସୁନ୍ଦରଗଡ ଜିଲ୍ଲା ମହିଳା ଉଷୁ ଦଳ ସମେତ ଓଡିଶା ଦଳ ସହ କୋଇମ୍ବାଟୁର ଯାତ୍ରା କରିଛନ୍ତି। ସ୍ପୋର୍ଟସ ଉଷୁ ଆସୋସିଏସନ ଅଫ୍ ସୁନ୍ଦରଗଡ ନେତୃତ୍ବରେ ରାଉରକେଲା ସମେତ ଜିଲ୍ଲାର ୬ଜଣ ଖେଳାଳୀ ଓ ଜଣେ ଅଧିକାରୀ ଓଡିଶା ଉଷୁ ଦଳରେ ସାମିଲ ହୋଇଛନ୍ତି । ଏହି ଦଳରେ ଉପ କନିଷ୍ଠ ୪୮କେଜି ବର୍ଗରେ ଅସୀମା ଲାକ୍ରା, ବରିଷ୍ଠ ୪୮କେଜି ବର୍ଗରେ ରିଆ ଠାକୁର, ୫୬କେଜି ବର୍ଗରେ ଲିପ୍ସା ଷଡଙ୍ଗୀ ପ୍ରତିଦ୍ବନ୍ଦିତା କରିବେ ।ତାଉଲୁ ଉପ – କନିଷ୍ଠ ବର୍ଗରେ ସୃଷ୍ଟି ସିଂ, ସାଧନା ମାଝୀ ଏବଂ କନିଷ୍ଠ ବର୍ଗରେ ସମ୍ରିଦ୍ଧୀ ପ୍ରତିନିଧିତ୍ବ କରିବେ। ଜିଲ୍ଲା ଉଷୁ ସଂଘ ଅଧିନରେ ଥିବା କଳିଙ୍ଗ ଓ୍ବାରିଅର୍ସ ଏକାଡେମୀର ୪ଜଣ, ପାନପୋଷ ଡିପିଜି ଶାଖାର ଜଣେ ଏବଂ ସୁନ୍ଦରଗଡ ଯୋଗୀମାଲ ଶାଖାର ଜଣେ ଖେଳାଳି ଏହି ଦଳରେ ଅଛନ୍ତି। ଜିଲ୍ଲା ଉଷୁ ସଂଘର ସାଧାରଣ ସମ୍ପାଦକ ସୁଜନ ରଥ ଦଳ ସହ ଅଫିସିଆଲ ଅଧିକାରୀ ଭାବରେ ଯାତ୍ରା କରୁଥିବା ବେଳେ ରାଜ୍ୟ ସଂଘର ମୁଖ୍ୟ ବୈଷୟିକ ଅଧିକାରୀ ପ୍ରଦ୍ୟୁମ୍ନ ବେହେରା ଓଡିଶା ଦଳର ନେତୃତ୍ବ ନେଉଛନ୍ତି। ଓଡିଶା ଉଷୁ ସଂଘର ପ୍ରତିଷ୍ଠାତା ଓ ଅଧ୍ଯକ୍ଷ ଇଂ ଏସ୍ ଏସ୍ ହରିଚନ୍ଦନ ଜିଲ୍ଲା ଉଷୁ ସଂଘର ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକ, ଉପସଭାପତି ଟିକା ବାହାଦୁର, ରିତିକା ପଣ୍ଡା, ଯୁଗ୍ମ ସଂପାଦକ ଅଜୟ ଲାକ୍ରା, ଶାଖା ପରିଚାଳକ ସମ୍ଭୁନାଥ କେଶରୀ, ଜନସେବା ସମିତି ଅଧ୍ୟକ୍ଷ ସୁଶାନ୍ତ ଷଡଙ୍ଗୀ, ଉପଦେଷ୍ଟା ମନୋଜ ମାଝି ବ୍ରଜରାଜ ସିଂହ, ମହେଶ ରାଜଗନ୍ଧା ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ସୁଦୀପ୍ତ କୁମାର ନାୟକ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା ହାସଲ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *