Uncategorized

ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ତନ୍ତୀଙ୍କ ଅଚାନକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ରାଉରକେଲା:5//10,(ଉତ୍କଳ ସମାଚାର):, ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ପରିଚାଳିତ ତଥା ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇସ୍ପାତ ସହରାଞ୍ଚଳର ସେକ୍ଟର-୬ ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରରେ କେତେକ ଅବ୍ୟବସ୍ଥା ଥିବା ଖବରପାଇ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ସକାଳେ ଅଚାନକ ସ୍ୱାସ୍ଥ୍ୟ କେନ୍ଦ୍ରଜୁ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଥିବା କେତେକ ଯନ୍ତ୍ରପାତି କାର୍ଯ୍ୟ କରୁନଥିବା ଜାଣିପାରିଥିଲେ।ବହୁପୂର୍ବରୁ ଡାକ୍ତରଖାନାରେ ଥିବା ଏହି ଯନ୍ତ୍ରପାତି ଅକାମି ହୋଇଯାଇଥିଲେ ମଧ୍ୟ ଏହାକୁ ଠିକ୍ କରିବା ପାଇଁ ଡାକ୍ତରଖାନା ପକ୍ଷରୁ କି ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ଡାକ୍ତରଖାନାରେ ଉପସ୍ଥିତ କର୍ମଚାରୀଙ୍କୁ ପଚାରିଥିଲେ । ତେବେ ତାଙ୍କଠାରୁ ସନ୍ତୋଷଜନକ ଉତ୍ତର ନପାଇବାରୁ ବିଧାୟକ ଦୁର୍ଗା ଚରଣ ତନ୍ତୀ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣା ସ୍ଥଳରୁ ହିଁ ଏସବୁ ଅବ୍ୟବସ୍ଥା ସମ୍ବନ୍ଧରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଫୋନ କରି ଜଣାଇବା ସହ ତୁରନ୍ତ ଅକାମି ହୋଇ ପଡ଼ିଥିବା ଯନ୍ତ୍ରପାତିଗୁଡ଼ିକୁ ସଜାଡ଼ିବା ସହ ଅନ୍ୟାନ୍ୟ ଅବ୍ୟବସ୍ଥାକୁ ଠିକ୍ କରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *