Uncategorized

ଏକଲା ଅଭିଯାନ ପକ୍ଷରୁ ଶ୍ରୀହରି ମନ୍ଦିର ରଥ ଉଦ୍ଘାଟନ

ରାଉରକେଲା ୫/୧୦,(ଉତ୍କଳ ସମାଚାର): ଏକଲ ଅଭିଯାନ ଦ୍ବାରା ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ୫୪୦ ଗ୍ରାମରେ ବିଦ୍ୟାଳୟ ପରିଚାଳନା କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧିନରେ ପ୍ରାଥମିକ ଶିକ୍ଷା ସହିତ ସଂସ୍କାର ଶିକ୍ଷା, ଗ୍ରାମବାସୀଙ୍କ ପାଇଁ ଜାଗରଣ ଶିକ୍ଷା, ଆରୋଗ୍ୟ ଶିକ୍ଷା ତଥା ଗ୍ରାମ ବିକାଶ ଶିକ୍ଷା ଉପରେ ଯୋଜନା କରି ସଠିକ କ୍ରିୟାନ୍ବୟନ କରାଯାଇଥାଏ। ଆଜି ସୁନ୍ଦରଗଡ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ପାଇଁ ଏକଲ ଶ୍ରୀହରି ମନ୍ଦିର ରଥକୁ ଉଦ୍ଘାଟନ କରାଯାଇଛି । ଏଥିରେ ଶ୍ରୀରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ଅଷ୍ଟଧାତୁ ମୂର୍ତ୍ତି ସହିତ ଜଣେ ସାରଥି, ଜଣେ ପୂଜକ, ପ୍ରବଚକ ଏବଂ ଜଣେ ସଂଯୋଜକ ସାଥିରେ ଅଛନ୍ତି। ଏମାନେ ଯୋଜନା ମୁତାବକ ପ୍ରତ୍ଯେକ ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ପ୍ରବେଶ କରି, ସେଠାର ପ୍ରବଚନ ମାଧ୍ୟମରେ ସନାତନ ସଂସ୍କୃତିର ପରିଚୟ ତଥା ସମସ୍ତ ଆଦିବାସୀ ସନାତନୀ ହିନ୍ଦୁ ଆବହମାନ କାଳରୁ ରହିଆସିଛନ୍ତି। ଏହାର ତଥ୍ୟ ପ୍ରମାଣ ଭିଡିଓ ମାଧ୍ୟମରେ ପ୍ରସାରଣ କରାଯିବା ପାଇଁ ଆଉ ଆୟୋଜନ କରାଯାଇଛି। ବିଭିନ୍ନ ସୁ-ଶିକ୍ଷା, ତ୍ଯାଗ, ମାଦକଦ୍ରବ୍ଯ ବର୍ଜନ ସହିତ ଯୁବ ସମାଜକୁ ଦିଗ୍ ଦର୍ଶନ ଦେବା ପାଇଁ ବ୍ଯବସ୍ଥା କରାଯାଇଛି।ଆଜିର ଏହି ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ହରି କଥା ରଥ ବିଭାରର ଓଡିଶା ପ୍ରଭାରୀ ବସନ୍ତ କୁମାର ଦାନୀ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ସେକ୍ଟର-୧୪ର ଜନସାଧାରଣଙ୍କ ସହିତ ରଥର ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *