ମହାନଗରମୁଖ୍ୟ ଖବରରାଜ୍ୟ

ଅତାବିରାରେ ମକର ସଂକ୍ରାନ୍ତି ମହାଆଡମ୍ବର ସହିତ ପାଳନ ହୋଇଅଛି

ଅତାବିରା,୧୬/୧ (ଉତ୍କଳ ସମାଚାର) (ଖିରୋଜ ନାୟକ): ବରଗଡ ଜିଲ୍ଲା ଅତାବିରା ଠାରେ ମହାଧୁମଧାମରେ ମକର ସଂକ୍ରାନ୍ତି ପାଳନ ହୋଇଯାଇଛି | ସୂଚନା ଅନୁଯାୟୀ ଅତାବିରାରେ ଦୀର୍ଘ ବର୍ଷ ହେବ ସ୍ବର୍ଗତ ଯବାହାରଲାଲ ମାଣେକ (ବାବା) ଏହି ମକର ଯାତ୍ରା ପରମ୍ପରାକୁ କରିଆସୁଥିବାବେଳେ ବର୍ତମାନ  ଜଗଦୀଶ କଟାକ ଓ ତାଙ୍କର  ପରିବାର ଲୋକେ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କୁ ଅତାବିରା ପାର୍ବତୀ ମନ୍ଦିର ଠାରୁ ହନୁମାନ ମନ୍ଦିର କୁ  ନଗର ପରିକ୍ରମଣ କରି ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଘଣ୍ଟ, ବାଦ୍ୟ ସହିତ ପୂଜାର୍ଚନା କରି ଆଣିଥାନ୍ତି ଓ ଭଗବାନ ଶ୍ରୀ ହରି ବା ଜଗନ୍ନାଥ ମନ୍ଦିର ରୁ ରାଧାକୃଷ୍ଣ ଙ୍କୁ ଗ୍ରାମବାସି ଘଣ୍ଟ, ବାଦ୍ୟ, କୀର୍ତନ ମାଧ୍ୟମରେ ଆଣିଥାନ୍ତି ଓ ପୂଜାର୍ଚନା କରି ଗ୍ରାମରେ ମକରଯାତ୍ରା ପାଳନ କରିଥାନ୍ତି | ଅତାବିରା ଗ୍ରାମବାସୀ ତଥା ଗ୍ରାମକମିଟି ସଭାପତି ଶ୍ରୀ ଦୈତାରୀ ପ୍ରଧାନ ମୁଖ୍ୟ ହିସାବରେ ଯୋଗଦେଇଥିବାବେଳେ ଅନ୍ୟପଟେ ଜଗଦୀଶ କଟାକ, ସଞ୍ଜୟ ମାନେକ ଓ ତାଙ୍କ ପରିବାର ଏହି ପରମ୍ପରାକୁ ପ୍ରାୟ 40ବର୍ଷ ହେବ ମହାଆଡମ୍ବର ସହିତ ପାଳନ କରିଆସୁଛନ୍ତି | ଏହି ହର ଓ ହରି ଙ୍କ ଭେଟ ଦେଖିବାକୁ ଅଂଚଳର ବହୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଓ ସମସ୍ତଙ୍କ ପାଇଁ ପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇଥାଏ | ଉକ୍ତ ମକର ଯାତ୍ରାରେ ଗ୍ରାମର ସମସ୍ତ ଜନସାଧାରଣ ସହଯୋଗ କରିବା ସହିତ ଦୁର୍ଗା ମନ୍ଦିର ଠାରେ ଉଭୟ ଭଗବାନଙ୍କ ଭେଟ ହେବାପରେ ପୁଣି ଜଗନ୍ନାଥ ମନ୍ଦିରକୁ ହର ଓ ହରି ଙ୍କୁ ନେଇଥାନ୍ତି ଓ ସେଠାରେ ପଣ୍ଡିତ ମାନଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚନା କରି ମକର ଉତ୍ସବ ପାଳନ କରିଥାନ୍ତି |

Leave a Reply

Your email address will not be published. Required fields are marked *