ମହାନଗରମୁଖ୍ୟ ଖବରରାଜ୍ୟ

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଉପଲକ୍ଷେ ପଲ୍ଲିଶ୍ରୀ ମେଳା – ୨୦୨୪ ଉଦ୍ଘାଟିତ  

ବରଗଡ,୧୮/୧ (ଉତ୍କଳ ସମାଚାର) (ଶ୍ରୀକାନ୍ତ ମଟାରୀ ): ଧନୁଯାତ୍ରା ମହୋତ୍ସବ ଅବସରରେ ଆଜି ଜିରା ନଦୀ କୂଳରେ ଉଦ୍ଘାଟିତ ହୋଇ ଯାଇଅଛି ପଲ୍ଲୀଶ୍ରୀ ମେଳା ୨୦୨୪ । ବରଗଡ ସାଂସଦ ସୁରେଶ ପୂଜାରୀ,ବିଧାୟକ ଦେବେଶ ଆଚାର୍ଯ୍ୟ ଏହାକୁ ଉଦ୍ଘାଟନ କରିଥିଲେ। ଏହି ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ , ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ,ଅତିରିକ୍ତ ଜିଲ୍ଲାପାଳ ବେହେରା, ଓର୍ମାସ ର ପ୍ରୋଜେକ୍ଟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।   ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଉପଲକ୍ଷେ ପଲ୍ଲିଶ୍ରୀ ମେଳାର ଆୟୋଜନ ଏକ ନିଆରା କାର୍ଯ୍ୟକ୍ରମ । ପବ୍ଲିଶ୍ରୀ ମେଳା ଯୋଗାଇ ଦେଇଥାଏ ଏକ ସୁଯୋଗ ଯେଉଁଠାରେ ଗ୍ରାମାଞ୍ଚଳରେ ବସବାସ କରୁଥିବା କ୍ଷୁଦ୍ର କାରିଗର, ସ୍ବୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ମାନଙ୍କ ହସ୍ତରେ ତିଆରି ହେଉଥିବା ନିଖୁଣ ଦ୍ରବ୍ୟର ପରିପ୍ରକାଶ ଏହି ପଲ୍ଲିଶ୍ରୀ ମେଳା ମାଧ୍ୟମରେ ହୋଇପାରିଥାଏ । ଏହି ମେଳାକୁ ଓରମାସ, ବରଗଡ଼ ଦୀର୍ଘ ୧୭ ବର୍ଷ ହେଲା ସୁଚାରୁରୂପେ ଆୟୋଜନ କରିଆସୁଅଛି । ଏହାର ବିଶେଷତ୍ଵ ଏହିକିଯେ, ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ କାରିଗର ମାନଙ୍କର ଜୀବନ ଜୀବିକାରେ ଉନ୍ନତି ଆଣିବା । ଏହି ପଲ୍ଲିଶ୍ରୀ ମେଳା ଓଡିଶା ଏବଂ ଅନ୍ୟ ରାଜ୍ୟ ର କାରିଗର ଆସିଥାନ୍ତି । ଏହି ପଲ୍ଲିଶ୍ରୀ ମେଳା ଜିଲ୍ଲା ପ୍ରଶାସନ ଏବଂ ଓରମାସ, ବରଗଡ଼ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଅଛି । ଏହି ମେଳାରେ ଓଡିଶା ର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ମାନେ ଅଂଶଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *