ଅପରାଧମୁଖ୍ୟ ଖବରରାଜ୍ୟ

ଅଳଙ୍କାର ଦୋକାନରେ ଡ଼କାୟତି ଯୋଜନା ପଣ୍ଡ: ୬ ଗିରଫ

ରାଉରକେଲା, ୧୭/୧(ଉତ୍କଳ ସମାଚାର): ଉଦିତନଗର ପୋଲିସ ଥାନା ଅନ୍ତର୍ଗତ ଏକ ଅଳଙ୍କାର ଦୋକାନରେ ଡ଼କାୟତି କରିବାକୁ ଯୋଜନା କରୁଥିବାବେଳେ ପୋଲିସ ୬ ଜଣ ଦୁବୃର୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୩ଟି ପିସ୍ତଲ, ୧ ଖେଳନା ପିସ୍ତଲ, ୬ ରାଉଣ୍ଡ ଜୀବନ୍ତ ଗୁଳି, ୧ ଭୂଜାଲି, ୩ଟି ଲୁହା ରୋଡ଼ ଜବତ କରାଯାଇଛି । ଉଦିତନଗର ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ଆଇପିଏସ ପ୍ରଶିକ୍ଷଣ ଅଧିକାରୀ ସୋନାଲି ସିଂ ଏହି ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଏହି ଦୁବୃର୍ତମାନେ ଗତକାଲି ରାତିରେ ଡ଼ିଏଭି ପୋଖରୀ ନିକଟ ପଡ଼ିଆରେ ଯୋଜନା କରୁଥିଲେ । ପୋଲିସ ଚଢ଼ଉ ବେଳେ ୪ ଦୁବୃର୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ୬ଜଣ ଧରାପଡ଼ିଥିଲେ । ସେ ଅଭିଯୁକ୍ତମାନେ ହେଲେ ଉଦିତନଗର ଥାନା ମାଲଗୋଦାମ ଅଚଂଳର ରାହୁଲ ଗୋପ (୧୯), ଉଦିତନଗର ଥାନା ଆମ୍ବେଦକର ନଗରର ରୋହିତ ନାୟକ (୨୪), ଉଦିତନଗର ଶୀତଳପଡ଼ା ଅଚଂଳର ସୋନୁ ସାହୁ (୩୭), ପ୍ଲାଟଂସାଇଟ୍ ଥାନା ଅଚଂଳ ଗୋପବନ୍ଧୁପାଲ୍ଲୀର ରାଜା ୟାଦବ (୨୪), ପ୍ଲାଟଂସାଇଟ ଗୋପବନ୍ଧୁପାଲ୍ଲୀ ଅଚଂଳର ସୁରୋଜ ମେହେତୋ (୨୬ ), ପ୍ଲାଟଂସାଇଟ  ମେତେତାବ ଅଚଂଳର ଏମଡ଼ି ଇରସାଦଙ୍କୁ ଗିରଫ କରାଯାଇ ଏମାନଙ୍କୁ ବିଭିନ୍ନ ଧାରାରେ ମାମଲା ରୁଜୁ କରି ଆର୍ମ ଆର୍କ୍ଟ ୨୫ ଅନ୍ତର୍ଗତ କୋର୍ଟ ଚାଲାଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଉଦିତନଗର ଥାନା ଅଧିକାରୀ ରାମ ସିଂ ନାଗ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *