Uncategorized

ଆଇନ ମହାବିଦ୍ୟାଳୟରେ ବୈ।ଦ୍ଧିକ ସମ୍ପତ୍ତିର ଅଧିକାର ସମ୍ପର୍କରେ ଆଲୋଚନାଚକ୍ର 

ରାଉରକେଲା,୨୯/୪ (ଉତ୍କଳ ସମାଚାର): ରାଉରକେଲା ଆଇନ ମହାବିଦ୍ୟାଳୟରେ ବୈ।ଦ୍ଧିକ ସମ୍ପତ୍ତିର ଅଧିକାର ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ମହାବିଦ୍ୟାଳୟର ସେମିନାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଭୁ ରଞ୍ଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ଛାତ୍ର ଦେବାଶିଷ ପାଣି ଙ୍କ ସଂଯୋଜନାରେ ରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ତଥା ଆଲୋଚକ ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଆଇନ ବିଭାଗର ମୁଖ୍ୟ ଡ଼ଃ ମୀନକେତନ ସାହୁ ଯୋଗଦେଇ ବୈ।ଦ୍ଧିକ ସମ୍ପତ୍ତିର ଅଧିକାର ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ବୈ।ଦ୍ଧିକ ସମ୍ପତ୍ତିର ବିକାଶ କିପରି ଜାତୀୟ ସମ୍ପତ୍ତି ତଥା ଜ୍ଞାନର ବିକାଶରେ ସହାୟକ ହୁଏ ତା ସହ କମ୍ପାନୀ ମାନଙ୍କୁ ଲାଭାନ୍ବିତ କରେ, ଓ କପି ରାଇଟ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ସଭାରେ ଆଲୁମନୀ ଆସୋସିଏସନ୍ ର ସଭାପତି ଡ ସୁମନ ଦତ୍ତ, ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ,ଡାମିଟ୍ସ ର ଉପାଧ୍ୟକ୍ଷା ସ୍ବାହା ରାୟ,ସୁମାରାଣୀ ଗିରି ଓ ଆଇନ ମହାବିଦ୍ୟାଳୟର ଅଧ୍ୟାପିକା ଡ ସମ୍ପାଦିକା ମହାନ୍ତି,ଡ଼ ପ୍ରଜ୍ଞା ପରମିତା ପଣ୍ଡା, ଡ ଦିବ୍ୟେନ୍ଦୁ କୁମାର ପଣ୍ଡା, ତନ୍ମୟରାଜ ପାଢ଼ୀ, ମନୋରଞ୍ଜନ ମହାନ୍ତି, ଅମିତା ଜେନା, ସୁଜାତା ନାୟକ, ଦେବାଶିଷ ବେହେରା, ଅକ୍ଷୟ ଦାଶ, ଲକ୍ଷ୍ମୀପ୍ରିୟା ସାହୁ, ନନ୍ଦକିଶୋର ମହନ୍ତ, ହୃଦୟରଞ୍ଜନ ମହାନ୍ତି, ଆୟୁଷ୍ମାନ ସାହୁ, ଦେବକୀ କାରୁଆ, ନିତ୍ୟାନନ୍ଦ ବିଶୋଇ, ରବିନ୍ଦ୍ର ବାଲମୁଚୁ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଡ ପଟ୍ଟନାୟକ ସ୍ବାଗତ ଭାଷଣ ସହ ଆଲୋଚନାଚକ୍ର ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *