Uncategorized

ବଣେଇ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଭୀମସେନ ଚୌଧୁରୀଙ୍କ ନାମାଙ୍କନ ପତ୍ର ଦାଖଲ

ରାଉରକେଲା,୨୯/୪ (ଉତ୍କଳ ସମାଚାର): ପାଞ୍ଚ ହଜାରରୁ ଉର୍ଦ୍ଧ ଦଳୀୟ କର୍ମୀଙ୍କ ସହ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ଭୀମସେନ ଚୌଧୁରୀ ପ୍ରଥମେ ବଣେଇର ପ୍ରସିଦ୍ଧ ବାବା ବାଣେଶ୍ୱର୍ ମନ୍ଦିରରେ ଦର୍ଶନ କରି ମନ୍ଦିର ସମ୍ମୁଖରୁ ବିଜେଡି ଜିନ୍ଦାବାଦ , ଭୀମସେନ ଚୌଧୁରୀ ଜିନ୍ଦାବାଦ ନାରା ବାଜି ଦେଇ ବଣେଇ ମୁଖ୍ୟ ସହର ହୋଇ ଏକ ବିରାଟ ଶୋଭା ଯାତ୍ରା କରି ବଣେଇ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ତାଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲା ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଡ଼ାଃ ଦିଲ୍ଲୀପ ତିର୍କୀ ଓ ବିଜୁ ଜନତା ଦଳର ରାଉରକେଲା ସାଂଗଠନିକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଏବଂ ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଷ୍ଟାଲିନ ପରିଜା, ବିଜେଡି ରାଉରକେଲା ସାଂଗଠନିକ ଜିଲ୍ଲା ସଭାପତି ହାଲୁ ମୁଣ୍ଡାରୀ ଙ୍କ ସହ ବହୁତ୍ ଦଳୀୟ ନେତା ଏକତ୍ରିତ ହୋଇ ବଣେଇ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଏନେଇ ବଣେଇ ବିଜୁ ଜନତା ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବା ସହିତ କେମିତି ଏଥର ବିଜୁ ଜନତା ଦଳର ପ୍ରାର୍ଥୀ ଭୀମସେନ ଚୌଧୁରୀଙ୍କୁ ଜିତାଇବେ ସେନେଇ ଦୃଢ଼ ସଂକଳ୍ପ ନେଇ ଥିଲେ।

Leave a Reply

Your email address will not be published. Required fields are marked *