Uncategorized

ଓଡିଶା ରାଜ୍ୟ କରାଟେ ସଂଘ ନିର୍ବାଚନ

ରାଉରକେଲା, ୨୯/୪ (ଉତ୍କଳ ସମାଚାର): ଓଡିଶା ରାଜ୍ୟ କରାଟେ-ଡୋ ଆସୋସିଏସନ (ଓସ୍କା)ର ନୂତନ କର୍ମକର୍ତା ନିର୍ବାଚନ ଓ ବାର୍ଷିକ ଅଧିବେଶନ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ 2024-27 ବର୍ଷପାଇଁ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏଥିରେ ହାଂଶୀ ଡ. ହରିପ୍ରସାଦ ପଟ୍ଟନାୟକ ସଭାପତି, ଡ. ଗୌରୀ ମହାନ୍ତି ସମ୍ପାଦକ, ଶୌର୍ଯ୍ୟ ରଞ୍ଜନ ସାସମଲ, ପ୍ରଶାନ୍ତ ଧଳ ଓ ପ୍ରଦୀପ କୁମାର ସରକାର ୩ ଜଣ ଉପସଭାପତି, ଖାରବେଳ ମଲ୍ଲିକ କୋଷାଧ୍ୟକ୍ଷ, ଅରବିନ୍ଦ ପଟନାୟକ, ଦୀପକ ସାମନ୍ତରା,ଜୟଦେବ ପଟନାୟକ,ନିରଞ୍ଜନ ବେଵର୍ତା ପଟନାୟକ, ଚିତ୍ତରଞ୍ଜନ ସ୍ୱାଇଁ, କାଳିପ୍ରସାଦ ନନ୍ଦ ଙ୍କ ସହ ରାଉରକେଲା କରାଟେ ଆସୋସିଏସନ ର ସାଧାରଣ ସମ୍ପାଦକ ରାଜୀବ କୁମାର ସିଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି l ସଂଘ ର ଉପଦେଷ୍ଟା ଭାବେ ସଞ୍ଜୟ ଦାସ, ସନତ ନାୟକ, ପ୍ରକାଶ କୁମାର ପଟନାୟକ, ରବିନାରାୟଣ ଖୁଣ୍ଟିଆ, ଦୁର୍ଗାପ୍ରସାଦ ରଥ ଓ ହିମାଂଶୁ ଶେଖର ମହାନ୍ତି ମନୋନୀତ ହୋଇଛନ୍ତି l ଓଡିଶା ହାଇକୋର୍ଟ ର ଆଇନଜୀବୀ ଶୁଭାଶିଷ ମହାପାତ୍ର ନିର୍ବାଚନ ଅଧିକାରୀ ଥିବା ବେଳେ ଓଡିଶା ଅଲମ୍ପିକ ସଂଘ ରୁ ସୌର୍ଯ୍ୟ ରଞ୍ଜନ ପରିଜା ପର୍ଯ୍ୟବେକ୍ଷକ ଭାବେ ଏହି ନିର୍ବାଚନ ରେ ଯୋଗ ଦେଇଥିଲେ l
ଦୀର୍ଘ ପ୍ରାୟ 40ବର୍ଷରୁ ଉର୍ଦ୍ଧ ସମୟରୁ କରାଟେ କ୍ରୀଡା ସହ ଜଡିତ ରହି ଜାତୀୟ ଓ ଅନ୍ତର୍ଜାତୀୟ ପଦକ ଜିଣିବା ସହ ଏସିୟ କୋଚ ଓ ଜଜ ମାନ୍ୟତା ପାଇଥିବା ରାଜୀବ ସିଂ ରାଉରକେଲା ରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପଦକପ୍ରାପ୍ତ କରାଟେ ଖେଳାଳି ଗଢ଼ିଛନ୍ତି ଆସନ୍ତା ଦିନ ମାନଙ୍କରେ (ଓସ୍କା)ର ନିୟମାବଳୀ ଓ ଶୃଙ୍ଖଳା ର ଆଧାରରେ କରାଟେ କ୍ରୀଡାର ପ୍ରଚାର ଓ ପ୍ରସାର ପାଇଁ ନିଜର ଉଦ୍ୟମ ଜାରି ରଖିବେ ବୋଲି ରାଜୀବ ସିଂ କହିଛନ୍ତି l

Leave a Reply

Your email address will not be published. Required fields are marked *