Uncategorized

ଭୋଟର ସଚେତନତା ନିମନ୍ତେ ମିନି ମାରାଥନ ଅନୁଷ୍ଠିତ

ରାଉରକେଲା, ୨୯/୪ (ଉତ୍କଳ ସମାଚାର): ଆସନ୍ତା ମେ ୨୦ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲାରେ ବିଧାନସଭା ଓ ଲୋକସଭା ନିମନ୍ତେ ଏକକାଳୀନ ମତଦାନ ହେବାକୁ ଯାଉଛି। ଏଥି ପୂର୍ବରୁ ମତଦାତା ମାନଙ୍କ ମଧ୍ୟରେ ମତଦାନ ନିମନ୍ତେ ଆଗ୍ରହ ସ୍ରୁଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅୟୋଜନ କରାଯାଉଛି। ଏହି କ୍ରମରେ ଆଜି ରାଉରକେଲା ସହରରେ ଭୋଟର ମାନଙ୍କୁ ସଚେତନ କରିବା ପାଇଁ ରବିବାର ଦିନ ଏକ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ଆରଏମସି କାର୍ଯ୍ୟାଳୟ ପରିସରରୁ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ମାରାଥନର ଶୁଭାରମ୍ଭ କରିଥିଲେ। ଆସନ୍ତା ନିର୍ବାଚନରେ ଶତ ପ୍ରତିଶତ ମତଦାନକୁ ସୁନିଶ୍ଚିତ କରିବା ତଥା ମତଦାତାଙ୍କୁ ଉତ୍ସାହିତ କରିବା ଏହି ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି କହିଥିଲେ। ଏଥିସହ ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତେ ସାମିଲ ହେବାକୁ ସେ ଆହ୍ଵାନ ଦେଇଥିଲେ। ମତଦାନ ଦିବସ ଛୁଟିଦିନ ନୁହେଁ ବରଂ ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିବାର ଦିନ ବୋଲି କହିବା ସହ କେହି ଯେପରି ମତଦାନରୁ ବଞ୍ଚିତ ନହୁଅନ୍ତୁ ସେଥିପାଇଁ ପ୍ରଶାସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ସେ କହିଥିଲେ। ଏହି ମାରଥନରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ଆରଏମସି ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ରାଉରକେଲା ତହସିଲଦାର ନିବେଦିତା ପ୍ରଧାନଙ୍କ ସହ ଆରଏମସିର ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ ଅଧିକାରୀ ଆଥଲେଟ ସୁମିତ୍ କୁମାର ସିଂଙ୍କ ସହ ସହରର ଯୁବ ଭୋଟରମାନେ ଅଂଶ ଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀମାନେ ଭୋଟର ସଚେତନତା ବାର୍ତ୍ତା ବହନ କରୁଥିବା ପ୍ଲା କାର୍ଡ ହାତରେ ଧରି ବିଭିନ୍ନ ନାରା ଦେଇ ଏହି ମାରଥନରେ ସାମିଲ ହୋଇଥିଲେ। ଆରଏମସି କାର୍ଯ୍ୟାଳୟ ପରିସରରୁ ବାହାରି ଥିବା ଏହି ମିନି ମାରାଥନ୍ ମୁନିସିପାଲ କଲେଜ, ପାୱାର ହାଉସ ରୋଡ, ଡେଲି ମାର୍କେଟ, ଆମ୍ବେଦକର ଛକ ହୋଇ ଆରଏମସି କାର୍ଯ୍ୟାଳୟ ନିକଟରେ ଶେଷ ହୋଇଥିଲେ।

Leave a Reply

Your email address will not be published. Required fields are marked *