Uncategorized

ରଘୁନାଥପାଲ୍ଲୀ, ବିରମିତ୍ରପୁର ଓ ରାଉରକେଲା ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ରାଉରକେଲା ,୨୯/୪ (ଉତ୍କଳ ସମାଚାର): ଆଜି ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଭୁକ୍ତ ରଘୁନାଥପାଲ୍ଲୀ, ବିରମିତ୍ରପୁର ଓ ରାଉରକେଲା ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଦାଖଲ କରାଯାଇଛି। ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ଦୁର୍ଗା ପ୍ରସାଦ ତନ୍ତି, ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ଶଙ୍କର ଓରାମ ଏବଂ ରାଉରକେଲା ନିର୍ବାଚନ ମଣ୍ଡଳୀ ଭାଜପା ପ୍ରାର୍ଥୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ବିର୍ସା ଛକ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଆସି ଉଦିତନଗର ସ୍ଥିତ ନିର୍ବାଚନ କାର୍ଯାଳୟ ଠାରେ ପହଞ୍ଚିଥିଲେ। ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥି ଦୁର୍ଗା ପ୍ରସାଦ ତନ୍ତି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଧିକାରୀ ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶ୍ରୀ ତନ୍ତୀଙ୍କ ପ୍ରସ୍ତାବକ ଭାବରେ ସୁବ୍ରତ ପଟ୍ଟନାୟକ ଏବଂ ସମର୍ଥକ ଭାବରେ ସନ୍ତୋଷ ବିରାଟ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି। ସେହିପରି ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ଶଙ୍କର ଓରାମ ଆଜି ମଧ୍ଯ ନିଜର ନାମାଙ୍କନ ପତ୍ର, ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଧିକାରୀ ତଥା ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ କାର୍ଯ୍ଯାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ରାଉରକେଲା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥି ଦିଲ୍ଲୀପ ରାୟ ଆଜି ନିଜର ନାମାଙ୍କନ ପତ୍ର ରାଉରକେଲା ନିର୍ବାଚନ ମଣ୍ଡଳୀ ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଧିକାରୀ ତଥା ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ କାର୍ଯ୍ଯାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଭାଜପାର ନାମାଙ୍କନ ପତ୍ର ଦାଖଲ ସମୟରେ, ସେଠାରେ ଉପସ୍ଥିତ ଥିବା ସୁନ୍ଦରଗଡ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥି ସାଂସଦ ଜୁଏଲ ଓରାମ ସାମ୍ବାଦିକଙ୍କୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି ଭାଜପା ପକ୍ଷରୁ ରଘୁନାଥପାଲୀ ପାଇଁ ପ୍ରାର୍ଥି ଦୁର୍ଗା ତନ୍ତି, ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ଶଙ୍କର ଓରାମ ଓ ରାଉରକେଲା ପ୍ରାର୍ଥି ଭାବରେ ଦିଲ୍ଲୀପ ରାୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶ୍ରୀ ଓରାମ ଆସନ୍ତା ମେ ୨ ତାରିଖ ଦିନ ଲୋକସଭା ପାଇଁ ନିଜର ନାମାଙ୍କନ ପତ୍ର ସୁନ୍ଦରଗଡ ଠାରେ ଦାଖଲ କରିବେ। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଲୋକସଭା ଆସନ ସମେତ ସୁନ୍ଦରଗଡର ୭ଟି ବିଧାନସଭା ଆସନ ମଧ୍ୟରୁ ୭ଟିରେ ବିଜୟଲାଭ କରିବ ବୋଲି ସାଂସଦ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ କହିଛନ୍ତି। ଆଜି ଏହି ରାଲିରେ ହରି ରାଉତରାୟ,ଶୁଭ ପଟ୍ଟନାୟକ,ରଘୁ ବଳ,କାଳନ୍ଦୀ ବଡ଼ଜେନା,ଜର୍ଜ ଆନନ୍ଦ, ପ୍ରକାଶ ମହାନ୍ତି, ଅମିତାଭ ସାମଲ,ଜସମିନ୍ଦର ସିଂ,ରାଜେଶ ମହାପାତ୍ର,ଅଭୟ ମହାପାତ୍ର,ପୂର୍ବ ଇଣ୍ଡିଆ ହକି ଟିନ କ୍ୟାପଟେନ ପ୍ରବୋଧ ତିର୍କୀ,କେଦାର ମହାନ୍ତି ଇର୍ସାଦ ଖାନ୍ ରଂଜିତ ନାଏକ ଓ ଅନ୍ୟ ବିଜେପି ନେତା ଓ କର୍ମୀ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *