Uncategorized

ଅନୁଗୁଳ ପୋଲିସ ପକ୍ଷରୁ ଅବକାରୀ ସମ୍ବନ୍ଧୀୟ ଧରପଗଡ ଜୋରଦାର 

ଅନୁଗୁଳ,୨୯/୪ (ଉତ୍କଳ ସମାଚାର): ବିଗତ ଏକ ସପ୍ତାହ ମଧ୍ୟରେ ଅନୁଗୁଳ ପୋଲିସ ତରଫରୁ ବିଭିନ୍ନ ଜାଗାରେ ଚଢାଉ କରି ସମୁଦାୟ ୫୨ ଗୋଟି ଅବକାରୀ ମାମଲା ବିଭିନ୍ନ ଥାନା ମାନଙ୍କରେ ରୁଜୁ କରାଯାଇ ୧୨ ଜଣ ମୁଦାଲାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଛି ।ସେମାନଙ୍କ ଠାରୁ ବିଦେଶୀ ମଦ ୩୪୩.୪୩ ଲିଟର, ଆଇ ଡି ଲିକର୍ ୬୪୨ ଲିଟର ଏବଂ ଓ ଏସ ଲିକର୍ ୧୩୪ ଲିଟର ଜବତ କରିବା ସହ ବେଆଇନ ମଦ କାରବାର ରେ ବ୍ୟବହୃତ ଫ୍ରିଜ୍, ନଗଦ ୪୪୪୦ ଟଙ୍କା ଜବତ କରା ଯାଇଛି। ଏହା ସହିତ ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଦିନ ପୋଲିସ ତରଫରୁ ବିଭିନ୍ନ ଜାଗାରେ ଫ୍ଲାଗ ମାର୍ଚ୍ଚ କରି ଲୋକଙ୍କୁ ବିଶ୍ଵାସର ବାର୍ତ୍ତା ପ୍ରଦାନ କରି ସଦା ସର୍ବଦା ପୋଲିସ ଜନତାର ସୁରକ୍ଷା ପାଇଁ ନିୟୋଜିତ ଅଛି ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *