Uncategorized

ବସଲା ଗ୍ରାମ ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଅନୁଗୁଳ,୨୯/୪ (ଉତ୍କଳ ସମାଚାର): ବସଲା ଗ୍ରାମ ପଞ୍ଚାୟତ ଆଦିଆଘାଇ, ଦେହୁରୀ ସାହି ଆମ୍ବ ତୋଟାଠାରେ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଚିତ୍ତ ରଞ୍ଜନ ନାଏକଙ୍କ ଆବାହକତ୍ବରେ ଅନୁଗୁଳ ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରାଙ୍କ ଅଧ୍ୟକ୍ଷତାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।  ଉକ୍ତ ସଭାରେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ  ତଥା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ଯୋଗ ଦେଇ ରାଜ୍ୟରେ ବିଜେଡି ସରକାର ଓ କେନ୍ଦ୍ରରେ ବିଜେପି ସରକାର କିଭଳି ଅନୁଗୋଳ ଜିଲ୍ଲାକୁ ଉପେକ୍ଷା କରି କୌଣସି ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରି ନାହାଁନ୍ତି, ସେ ବିଷୟରେ ଆଲୋଚନା କରିଥିଲେ। ବସଲା  ଗ୍ରାମ ପଞ୍ଚାୟତକୁ ସବୁ ସମୟରେ ବିଜେଡି ସରକାର ଅବହେଳା ଦେଖାଇ ବୈମାତୃକ ମନୋଭାବ ପୋଷଣ କରି ଗମନାଗମନ ଓ ସ୍ବାସ୍ଥ୍ୟ ପ୍ରତି ଉପେକ୍ଷା କରି ଆସୁଛନ୍ତି। ବନ୍ତଳା ଅଞ୍ଚଳର ମୌଳିକ ସମସ୍ୟାକୁ ନେଇ ନିର୍ବାଚନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଶାସକ ଦଳ ଏପର୍ଯ୍ୟନ୍ତ ଦମକଳ କେନ୍ଦ୍ର ବା ହିଡସିଂହ ପ୍ରକଳ୍ପ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି। ସାମୁହିକ ବିକାଶ ପାଇଁ ବନ୍ତଳା ଅଞ୍ଚଳ ଶାସକଦଳଠାରୁ ଶୋଷିତ ଓ ନିଷ୍ପେଷିତ ହୋଇ ଆସୁଛି, ଏଣୁ ଆଗାମୀ ଦିନରେ କାହାର ମିଥ୍ୟା ପ୍ରତିଶ୍ରୁତିରେ ନ ଭାସି କଂଗ୍ରେସ ଦଳ ପ୍ରତି ନିଜର ସମର୍ଥନ ଦେବାପାଇଁ ଜିଲ୍ଲା କଂଗ୍ରେସ ଉପସଭାପତି ଚିତ୍ତ ରଞ୍ଜନ ନାଏକ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସନ୍ତୋଷ ପଟ୍ଟନାୟକ, ଜିଲ୍ଲା ଉପସଭାପତି ସନତ ପ୍ରଧାନ, ଭଜମନ ଦାସ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବେଣୁଧର ସାହୁ, ପୂର୍ବତନ ସରପଞ୍ଚ ସହଦେବ ବେହେରା, ଭଗବାନ ସାହୁ, ବସଲା ଗ୍ରାମ ପଞ୍ଚାୟତର କୁମର ଦେହୁରୀ, ତପନ ଦେହୁରୀ, ରାଜୁ ସାହୁ,  ଅଭିମନ୍ୟୁ ପାତ୍ର, ଜଙ୍ଗଲୀ ସାହୁ, ଟେମ୍ପୁ ସାହୁ, ଅକ୍ଷୟ ଭୋଇ, ଦଣ୍ଡଧର ଦେହୁରୀ, ଦୁର୍ଲଭ ଦେହୁରୀ,  ରାଜନ ଦେହୁରୀ, ପ୍ରମୋଦ ଭୋଇ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ସଭାରେ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *